Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଝାରସୁଗୁଡ଼ା ୧୩/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି l ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଲଖନପୁର ଠାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ , ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ଲକ ଅଧ୍ୟକ୍ଷ ହୁତେଶ୍ୱରୀ ତିହିରିଆା ,ବିଡ଼ିଓ ବିନୟ ପଟେଲ, ତହସିଲଦାର ପ୍ରସନ୍ନ ପଟେଲଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଶିବିରରେ ମୋଟ ୬୫ ଟି ଅଭିଯୋଗ ମଧ୍ୟରୁ ୪୧ ଟି ବ୍ୟକ୍ତିଗତ ଏବଂ ୨୪ ଟି ସାମୁହିକ ଆଗତ ହୋଇଥିଲା l ସମସ୍ତ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଏମ୍ ସି ଏଲ୍ ଇବ ଭେଲ୍ଲୀ ଦ୍ୱାରା ଦିଆ ଯିବାକୁ ଥିବା କ୍ଷତିପୂରଣ, କନକତୋରାରେ ବନ୍ୟଜନ୍ତୁ ଦ୍ୱାରା ଫସଲ ନଷ୍ଟ, କୁମ୍ଭାରବନ୍ଧରେ କୁଚିଆ ମଦ ବିକ୍ରି ବନ୍ଦ, ପତ୍ରାପାଲିରେ ବିସ୍ଥାପିତ ପରିବାର ପ୍ରତି ଅବହେଲା, ଝାରଗାଁରେ ଶ୍ରେଣୀ କୋଠରୀ ସମସ୍ୟା, କୁମାରବନ୍ଧରେ ପାଇପ ବିଛା ଜନିତ କଂକ୍ରିଟ ରାସ୍ତା ଫାଟିବା, ପଣ୍ଡରିରେ ବିଦ୍ୟୁତ ବିଲ ସଂଶୋଧନ, ଭଅଁରଖୋଲରୁ ସାଗରପାଲି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ, ୧୯ ଖଣ୍ଡ ମୌଜାକୁ ସ୍ୱତନ୍ତ୍ର ବ୍ଲକ ଗଠନ ମାନ୍ୟତା , ପିଥିଣ୍ଡାରେ ପାନୀୟ ଜଳ ସମସ୍ୟା, ବେଲପାହାଡ଼ ପୌରପରିଷଦର ବିଭିନ୍ନ ସମସ୍ୟା, ପିଥିଣ୍ଡା ରେ ବିନା ଅନୁମତିରେ ବନ୍ଧର ପାଣି ଓ ମାଛକୁ ଉପଯୋଗ କରାଯିବା, ଲଖନପୁର ବ୍ଲକ ନୂତନ ପଂଚାୟତ ଓ ସବ- ଡିଭିଜନ ପ୍ରତିଷ୍ଠା , ଭଅଁରଖୋଲ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି , ଲୋ-ଭୋଲ୍ଟେଯ ସମସ୍ୟା ଓ ଷ୍ଟ୍ରିଟ ଲାଇଟ ମରାମତି, ଜରିମୂଳି ଡଙ୍ଗା ଘାଟରେ ନୌକା ଦ୍ୱାରା ପୁନଃ ଯାତ୍ରୀ ପରିବହନ ବ୍ୟବସ୍ଥା ପ୍ରଚଲନ କରାଯିବା, କଟାଟିକ୍ରାରେ ଗାଧୁଆ ତୁଠ ଓ ପାଚେରୀ ନିର୍ମାଣ , କୋଇଲିଘୁଗରରେ ଆଲୋକିକରଣ ବ୍ୟବସ୍ଥା ଓ ସମରବଗା ରାସ୍ତା ମରାମତି ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ଶୁଣାଣି କରା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ