Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ଭାବେ ମନୋନୀତ ହୋଇପାରନ୍ତି ମନୋଜ ମିଶ୍ର

ଆଗକୁ ହେବାକୁ ଯାଉଥିବା ନୂଆପଡା ଵିଧାନ ସଭାର ଉପନିର୍ବାଚନରେ ନୂତନ ଜିଲ୍ଲା ପ୍ରାର୍ଥୀ ଭାବେ ବିଜେଡି ମନୋଜ ମିଶ୍ରଙ୍କୁ ଛିଡା କରିପାରେ ବୋଲି ସୂଚନା ମିଳିଛି| ଗତ କିଛି ଦିନ ପୂର୍ବରୁ ଜୟ ଢୋଲକିଆ ବିଜୁ ଜନତା ଦଳକୁ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି | ଜୟ ଢୋଲକିଆଙ୍କ ଅଚାନକ ଭାବେ ଏଭଳି ନିଷ୍ପତ୍ତି ଦଳକୁ ଏକ ବିରାଟ ସମସ୍ୟାରେ ପକାଇଦେଇଥିଲା| ରାଜ୍ୟରେ ୨୦୨୪ ନିର୍ବାଚନରେ ବିଜେଡିର ବଡ ବିଫଳତା ପରେ ମଧ୍ୟ ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ ବିଜେଡି ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ| ସେପ୍ଟେମ୍ବର୮ରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ନିର୍ବାଚନ ମଣ୍ଡଳୀ ଖାଲି ପଡିଥିଲା | ନୂଆପଡା ଉପ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଆଗକୁ ରହିଥିବା ବେଳେ କର୍ମୀଙ୍କ ଦଳ ଛାଡିବା ଦଳ ପାଇଁ ଏକ ବିରାଟ ସମସ୍ୟା| ରାଜେନ୍ଦ୍ର ଢୋଲକିଆ ପୂର୍ବରୁ ତିନି ଥର ବିଜେଡିରୁ ପ୍ରାର୍ଥୀ ଭାବେ ଚୟନ ହୋଇ ଜିତିଥିଲେ ଏବଂ ବିଜେଡିର ସଂଯୋଜନା ମନ୍ତ୍ରୀ ଭାବେ ପଦବୀରେ ରହିଥିଲେ| ଜୟ ଢୋଲକିଆ,ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତେଣୁ ବିଜେଡି ସେ ସବୁକୁ ଆଖି ଆଗରେ ରଖି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଚୟନ କରିବାର ଆଶଙ୍କା କରାଯାଉଥିଲା| ଦଳରୁ ମୁଖିଆ ଫେରିବା ପୂର୍ବରୁ ଜୟ ଢୋଲକିଆ ଦଳ ଛାଡି ବିଜେପିରେ ମିଶିଛନ୍ତି| ଆଶଙ୍କା କରାଯାଉଛି ଯେ ବିଜେପି ତାର ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କୁ ତାର ପ୍ରାର୍ଥୀ ଭାବେ ଚୟନ କରିପାରେ|

ଏଭଳି ପରିସ୍ଥିତିରେ ଦଳ ଭିତରେ ନେତା ମାନଙ୍କ ଆଲୋଚନା ପରେ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି|| ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଅନେକ ଦାୟିତ୍ୱ ପୂର୍ଣ୍ଣ କାମ ମଧ୍ୟ କରିଥିଲେ,ଏବଂ ନିର୍ବାଚନ ବେଳେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ମିଶି ସେ ଜିଲ୍ଲା ସ୍ତରରେ ଅନେକ ଉର୍ନତି ମୂଳକ କାମ ମଧ୍ୟ କରିଥିଲେ,ବର୍ତ୍ତମାନ ବିଜେଡିର ସାଧାରଣ ସଂପାଦକ ଭାବେ ଦାୟିତ୍ବ ତୁଲାଉଛନ୍ତି । ରାଜ୍ୟ ରାଜନୀତିରେ,ମନୋଜ ମିଶ୍ର ଏକ ପରିଚିତ ଚେହେରା ପୂର୍ବରୁ କୋମନା ବ୍ଲକରେ ମଧ୍ୟ ଦୁଇଥର ଅଧ୍ୟକ୍ଷ ହିସାବରେ ଦାୟିତ୍ୱ ତୁଲାଉଥିଲେ ମନୋଜ । ଜୟ ଢୋଲକିଆ ଝଟକା ଦେବାପରେ ମନୋଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିପାରେ ବିଜେଡି ।ସୂଚନା ଅନୁସାରେ ନବୀନ ଦିଲ୍ଲୀରୁ ଫେରିବା ପରେ ଗତକାଲି ମନୋଜ ମିଶ୍ର,ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ବିଜେଡି ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ