ରଥପୁର ଓଡିଶା ଆଦର୍ଶ ବିଦ୍ୟାଳୟ ର ପରିଚାଳନା ଓ ବିକାଶ ସମିତିର ଏକ ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୀରମହାରାଜପୁର ସ୍ଥିତ ରଥପୁରରେ ୬ଷ୍ଠ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭା (VMDC) ଅଧ୍ୟକ୍ଷ ତ. ବିଷ୍ଣୁ ପ୍ରସାଦ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ଏଥିରେ ଯୋଗଦାନ ରହିଥିଲା। ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭ୍ୟ ଡ଼ଃ ପ୍ରଫୁଲ୍ଲ ରଥ, ଇନ୍ଦ୍ରଜିତ ପରୁଆ, ସନ୍ତୋଷିନି ନାୟକ , ନିରଞ୍ଜନ ଦାସ, ଡ଼ଃ ସରୋଜ କୁମାର ପାଣିଗ୍ରାହୀ, ଶତୃଘ୍ନ ସିଂ, CRCC ଦିଗାମ୍ବର ଶତପଥି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ସକାଶେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅତିଥି ପରିଚୟ ଓ ସ୍ବାଗତ ଭାଷଣ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର କୁମାର ବାରିକ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଜଳଦେବ ବେରିହାଙ୍କ ସ୍ବରଚିତ ପୁସ୍ତକ ” କାନଭାସର ପ୍ରଥମ ଗାର” ଜିଲ୍ଲାପାଳଙ୍କୁ ଉପହାର ଦେଇଥିଲେ ଓ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ମାଇଲ ପ୍ରିୟଦର୍ଶିନୀ ସ୍ବ-ଅଙ୍କିତ ଜିଲ୍ଳାପାଳଙ୍କ ଏକ ପ୍ରତିଛବି ତାଙ୍କୁ ଭେଟି ଦେଇଥିଲେ । ଉକ୍ତ ସଭାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର କାର୍ଯ୍ୟ ଶିଘ୍ର ଆରମ୍ଭ ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଗୃହ, ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଜଣାଇଥିଲେ, ବାଇସାଇକେଲ ଓ ମଟର ସାଇକେଲ ଷ୍ଟାନ୍ ଶିଘ୍ର କରିବାକୁ ନିଷ୍ପତ୍ତି ହେଲା । ଶେଷରେ ବିଦ୍ୟାଳୟର ଇଂରାଜୀ ଶିକ୍ଷୟତ୍ରୀ ଶାଶ୍ବତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାର ସଫଳ ରୂପାୟନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହ ଛାତ୍ରଛାତ୍ରୀ ଓ ଚତୁର୍ଥ କର୍ମଚାରୀ ସହଯୋଗ କରିଥିଲେ।