Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡ଼ିକୁ ପୁଣି ଏକ ଝଟକା,ନୂଆପଡାରେ ବିଜେଡି ୨ ଫାଳ

ନୂଆପଡା:ରାଜ୍ୟ ରାଜନୀତିରେ ନୂଆପଡା ନିର୍ବାଚନକୁ ନେଇ ସରଗରମ ଥିବାବେଳେ ବିଜେଡି ଦଳକୁ ଗୋଟାଏ ପରେ ଗୋଟାଏ ଝଟକା ଦେଇ ଚାଲିଛନ୍ତି ଦଳୀୟ ନେତା | ବିଭିର୍ଣ୍ଣ ଦଳ ନିଜ ନିଜର ପ୍ରସ୍ତୁତି ଜୋର ସୋରରେ ଆରମ୍ଭ କରିଛନ୍ତି ନୂଆପଡା ଉପ ନିର୍ବାଚନକୁ ନେଇ | ଗତ ୨୦୨୪ ନିର୍ବାଚନରେ ବିଜେଡିର ବଡ ବିଫଳତା ପରେ ମଧ୍ୟ ରାଜେନ୍ଦ୍ର ଢୋଲକିଆ୬୧,ହଜାର ୮୨୨ ଭୋଟରେ ବିଜୟ ହାସଲ କରିଥିଲେ | ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ଉପନିର୍ବାଚନ ମଣ୍ଡଳୀ ଖାଲି ରହିଥିଲା |

ଜୟ ଢୋଲକିଆଙ୍କ ବିଜେଡି ଛାଡିବା ପରେ ଜଣଙ୍କ ପରେ ଜଣେ ଦଳୀୟ ନେତା ଦଳ ଛାଡିବାରେ ଲାଗିଛନ୍ତି| କିଛି ସମୟ ପୂର୍ବରୁ ବିଜେଡିରେ ପ୍ରାର୍ଥୀଙ୍କୁ ନେଇ ପରସ୍ପର ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଥିବା ବେଳେ ଅନ୍ୟପଟେ ଦଳୀୟ କର୍ମୀ ଏବଂ ନେତାଙ୍କ ବିଜେଡି ଛାଡିବା ଦଳକୁ ନିରାଶ କରିଛି | ଆଜି ବିଜେପିରେ ମିଶିଥିବା ପୂର୍ବତନ ନେତା ରାଜେନ୍ଦ୍ର ଢୋଲକିଆଙ୍କୁ ପୁଅ ଜୟ ଢୋଲକିଆଙ୍କୁ ସମର୍ଥନ କରି ନୂଆପଡା ବିଜେଡିର ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଏବଂ କାଳିଆ ପ୍ରଧାନ ଦଳ ଛାଡିଛନ୍ତି |

ନୂଆପଡ଼ା ଜିଲ୍ଲା ବିଜେଡି ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଦଳ ଛାଡ଼ିଥିବା ବେଳେ ପ୍ରାର୍ଥୀକୁ ନେଇ ଦ୍ଵନ୍ଦ୍ଵ ତୁଟାଇବାର ନାଁ ଧରୁନି। ପ୍ରାର୍ଥୀ କିଏ ହେବ ତାକୁ ନେଇ ଦଳ ଓ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି | ଦୁଇ ଫାଳ ହୋଇଛି ନୂଆପଡ଼ାକୁ ନବୀନ ପଠାଇଥିବା ଟିମ୍‌| ସେପଟେ ବିଜେପି ଆସନ୍ତା ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । “ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା କରିବା ଆଗକୁ ବାକି ଅଛି” ବୋଲି ସୁଜିତ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ