ବାର୍ହା ପଲ ନଷ୍ଟ କଲେ ଧାନ ଫସଲ , କ୍ଷତି ପୂରଣ ଦାବି କଲେ ଅମର ପାଲି ଗ୍ରାମ ଚାଷି

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଗତ ରାତିରେ ବାରହା ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗ୍ରାମର ଭରତ ସାହୁ , ଶିବ ସାହୁ , ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, ରାଜେଶ ସାହୁ ପ୍ରମୁଖଙ୍କ ଧାନ ଫସଲ କୁ ନଷ୍ଟ କରିଛନ୍ତି। ଜଙ୍ଗଲରୁ ବାରହା ପଲ ଆସି ପ୍ରତ୍ୟହ ଧାନ ଫସଲ ନଷ୍ଟ କରିଥିଲେ ମଧ୍ୟ ଗତ ରାତିରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି। ଫଳରେ ଚାଷୀମାନେ ଅନେକ ପରିଶ୍ରମ କରି, ଓ ଋଣ କରି ଧାନ ଫସଲ କରିଥିବାରୁ ଚାଷୀମାନେ ଧାନ ଫସଲ ବାରହା ମାନେ ନଷ୍ଟ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡିବା ସହ ଭାଙ୍ଗି ପଡ଼ିଛନ୍ତି l ଏନେଇ ଚାଷୀମାନେ ବନ ବିଭାଗକୁ ଅଭିଯୋଗ କରିବା ସହିତ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି।