ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କୁ ଭେଟିଲା ଉଲୁଣ୍ଡା ସରପଞ୍ଚ ସଂଘ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ୫ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଇଛନ୍ତି । ଜିଲ୍ଲାପାଳ ନୃପରାଜ ସାହୁଙ୍କୁ ଭେଟି ଦାବିପତ୍ର ଦେବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଉଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଶୋକ ପଣ୍ଡା ଓ ସମ୍ପାଦକ ଯଶୋବନ୍ତ ପଣ୍ଡା ଓ ସଂଘର କର୍ମକର୍ତ୍ତା ସଭ୍ୟମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଯାଇଥିଲେ। ପ୍ରଥମ ଦାବିହେଲା ପଞ୍ଚମ ରାଜ୍ୟ ଅର୍ଥ କମିଶନ ୨୦୨୫/୨୬ ପଞ୍ଚାୟତଗୁଡିକୁ ପ୍ରଦାନ କଲେ। କିନ୍ତୁ ଉଲୁଣ୍ଡା ବ୍ଲକର ସମୁଦାୟ ୧୭ପଞ୍ଚାୟତରୁ ୭ଟି ପଞ୍ଚାୟତ ତାଲିକା ଭୁକ୍ତ ଥିବା ବେଳେ ଅନ୍ୟ ୧୦ଟି ପଞ୍ଚାୟତ ବାଦ୍ ପଡିଛି । ନଳକୂପ ମରାମତି କର୍ମଚାରୀ , ଜଳଛତ୍ର କର୍ମଚାରୀ ଙ୍କ ଦରମା ଶୀଘ୍ର ଯୋଗାଇଦେବା ନିମନ୍ତେ କୁହାଯାଇଛି। ଦ୍ଵିତୀୟ ଦାବି ରେ ରହିଛି ମୃତ୍ୟୁ ପରେ ଶବସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ୮ମାସ ହେବ ବନ୍ଦହୋଇଛି ପୁଣି କାର୍ଯ୍ୟକାରୀ କରିବା ନିମନ୍ତେ । ତୃତୀୟ ଦାବି ହେଲା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପଞ୍ଚାୟତ ପାଇଁ ୨୦ଟି ପ୍ରଜେଟ ଲିମିଟ ରହିଛି,ଏବେ ମନରେଗା କାର୍ଯ୍ୟ ଠପ୍ ହୋଇଛି ଏ ଉପରେ ନୀତିନିୟମ ପରିବର୍ତ୍ତନ କରାଯାଉ। ଚତୁର୍ଥ ଦାବି ହେଲା ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ମଧୁବାବୁ ପେନସନ ଯୋଜନା ରେ ନୂତନ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ଅଛନ୍ତି । ପ୍ରତି ପଞ୍ଚାୟତରେ ୫୦/୭୦ଜଣ ବଞ୍ଚିତ ଥିବା ବେଳେ ୮୦ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ୩୫୦୦ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।ଏଣୁ ସମସ୍ତଙ୍କୁ ସାମିଲ କରାଯାଇ ଯୋଗାଇଦେବାକୁ ଦାବି କରାଯାଇଛି । ପଞ୍ଚମ ଦାବି ହେଲା ଏକ ବର୍ଷରୁ ଅଧିକ ହେବ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ବ୍ୟାଙ୍କ ଦ୍ଵାରା ପାଉଥିବା ହିତାଧିକାରୀ ବାର୍ଦ୍ଧକ୍ୟ ହେତୁ ଶଯ୍ୟାଶାୟୀ ହେବା ପରେ ମଧୁବାବୁ ଯୋଜନାରେ ପାଇବାର ସୁବିଧା ରହିଛି । ଫଳରେ ଶଯ୍ୟାଶାୟୀ ବ୍ୟକ୍ତି ବ୍ୟାଙ୍କ କୁ ଆସି ଟଙ୍କା ନେବା ସମ୍ଭବ ହେଉ ନାହିଁ। ଅତିଶୀଘ୍ର ଏସବୁର ପ୍ରତିକାର ପାଇଁ ଦାବି କରାଯାଇଛି ।