Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ଦେହାନ୍ତ

ମୁମ୍ବାଇ: ୬୮ ବର୍ଷୀୟ ଅଭିନେତା ପଙ୍କଜ ଧୀରଙ୍କର କ୍ୟାନ୍ସର ରୋଗରେ ଦେହାନ୍ତ ହୋଇଛି। ସେ ୧୫ ଅକ୍ଟୋବରରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତେବେ ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ମହାଭାରତରେ ପଙ୍କଜ ଧୀର କର୍ଣ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ ସେ ହିନ୍ଦୀ ସିନେମା ଜଗତର ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ଜଣାଶୁଣା ଅଟନ୍ତି। କର୍କଟ ରୋଗ ଯୋଗୁଁ ପଙ୍କଜଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଥିଲା ଓ ଚିକିତ୍ସା ସତ୍ତ୍ୱେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା। ମହାଭାରତ ଟିଭି ଶୋ’ରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିବା ତାଙ୍କର ଘନିଷ୍ଠ ବନ୍ଧୁ ଅଭିନେତା ଫିରୋଜ ଖାନ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଓ ସେ ତାଙ୍କ ବନ୍ଧୁଙ୍କୁ ବିଦାୟ ଦେଇ ବହୁତ୍ ମନେ ପକାଇବେ ବୋଲି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ତେବେ CINTAA ର ପୂର୍ବତନ ସାଧାରଣ ସମ୍ପାଦକ ପଙ୍କଜ ଧୀରଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୪:୩୦ ରେ ପଶ୍ଚିମ ମୁମ୍ବାଇର ଭିଲେ ପାର୍ଲେର ପବନ ହଂସରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ