Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତାଂଶୀଙ୍କ ଅଭିନୟରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ ; ହଳଦିଆ ଗାଉନରେ ଝଲସିଉଠିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: “ଲାପତା ଲେଡୀସ” ଫିଲିମର ସୁପରହିଟ୍ ନାୟିକା ଭାବରେ ପରିଚିତ ନୀତାଂଶୀଙ୍କୁ ତ ସମସ୍ତେ ଚିହ୍ନିଥିବେ। ବେଶ କମ୍ ବୟସରେ ହିଁ ସେ ସିନେମା ଜଗତକୁ ଆସିଥିଲେ। ତାଙ୍କର ପ୍ରଥମ ଫିଲ୍ମରେ ହିଁ ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ। କୁନି କଳାକାରରେ ସେ ତାଙ୍କ ପ୍ରଥମ ଚଳଚିତ୍ର ମାତ୍ର ୯ମ ଶ୍ରେଣୀରେ ପାଠପଢ଼ୁଥିବା ସମୟରେ ହିଁ କରିଥିଲେ। ଫିଲ୍ମରେ ତାଙ୍କ ଚମତ୍କାର ଅଭିନୟ ସମସ୍ତଙ୍କ ମନ ମୋହି ନେଇଥିଲା।

ଗୁଜରାଟର ଅହମଦାବାଦ ଠାରେ ଅକ୍ଟୋବର ୧୧ ତାରିଖ ଦିନ ଫିଲିମଫେୟାର ଆୱାର୍ଡ ସୋ ଅନୁଷ୍ଠିତ ହୋଇଥିଲା। ଏହି ସୋରେ ଏକ ନୂଆ ଏବଂ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୋ ରେ ନିଜେ ବଲିଉଡ଼ ସୁପରଷ୍ଟାର ‘କିଙ୍ଗ’ ଶାହରୁଖ ଖାଁ ଙ୍କୁ ପ୍ରାୟ ୧୭ ବର୍ଷ ପରେ ସୋ ହୋଷ୍ଟ କରିବାର ଦେଖିବାକୁ ମିଳିଥିଲା। ଏହି ସୋରେ ୧୮ ବର୍ଷୀୟ ନୀତାଂଶୀ ଗୋୟଲ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଏହି ସୋରେ ନୀତାଂଶୀ ଗୋୟଲ ମଧ୍ୟ ସାମିଲ ଥିଲେ। ଫୁଲ କୁମାରୀ ଭାବରେ ସେ ସାରା ଭାରତରେ ସେ ବେଶ ଚର୍ଚ୍ଚିତ । ତାଙ୍କର ପ୍ରଥମ ଚଳଚିତ୍ର ଏବଂ ସେ ମିସିଙ୍ଗ ଲେଡିର ଚରିତ୍ରକୁ ଅଭିନୟ କରୁଥିଲେ।

ଆୱାର୍ଡ ସେରିମନି ପାଇଁ ନୀତାଂଶୀ ଗୌରୀ ଏବଂ ନୈନିକାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏକ ହଳଦିଆ ରଙ୍ଗର ଗାଉନରେ ଚମତ୍କାର ଦେଖାଯାଉଥିଲେ। ଏହି ଆୱାର୍ଡ ସେରିମନିରେ ଅନ୍ୟ କଳାକାର ମଧ୍ୟ ଆସିଥିଲେ ଯଥା :- ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ ସମେତ ଅନେକ ଅଭିନେତାଙ୍କୁ ଆୱାର୍ଡ ଦିଆଗଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ