Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଙ୍କଜ ଧୀର୍ ଙ୍କ ମୃତ୍ୟୁ ପରେ ଭାଇରାଲ ହେଲା ପୋଷ୍ଟ ; ପୋଷ୍ଟରେ କଣ କହିବାକୁ ଚାହୁଁଛନ୍ତି ନିତିକିନ

ମୁମ୍ବାଇ: ବି. ଆର . ଚୋପ୍ରାଙ୍କ ନିର୍ଦେଶିତ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ଅଭୁଲା ଛାପ ଛାଡିଥିବା ବରିଷ୍ଠ ଅଭିନେତା ପଙ୍କଜ ଧୀର୍‌ ଆଉ ନାହାନ୍ତି। ଗତକାଲି ବୁଧବାର ଦିନ ତାଙ୍କର ଦେହାନ୍ତ ଘଟିଥିଲା। କର୍କଟ ରୋଗରେ ଆକ୍ରାନ୍ତ ଥିବା ପଙ୍କଜ ୬୮ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ତାଙ୍କ ପୁଅ ନିକିତିନ ଧୀର୍ କରିଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ​​ତାଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପିତାଙ୍କ ଦେହାନ୍ତର ଠିକ୍ ପୂର୍ବରୁ ନିକିତିନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯେ, “ଯାହା ଆସୁଛି, ତାକୁ ଆସିବାକୁ ଦିଅ। ଯାହା ରହୁଛି, ତାକୁ ରହିବାକୁ ଦିଅ। ଯାହା ଯାଉଛି, ତାକୁ ଯିବାକୁ ଦିଅ। ଜଣେ ଶିବ ଭକ୍ତ ଭାବରେ, କେବଳ ‘ଶିବାର୍ପଣମ୍’ କୁହନ୍ତୁ ଏବଂ ଆଗକୁ ବଢ଼ନ୍ତୁ! ସେ ଏହାର ଯତ୍ନ ନେବେ!” ବାପାଙ୍କ ଯିବା ସମୟ ଆସିଯାଇଥିବା ଜାଣି ନିକିତିନ୍ ଏଭଳି ପୋଷ୍ଟ କରିଥିବା ଅନେକ ଲୋକ ଦାବି କରିଛନ୍ତି।

ସୂଚନାନୁଯାୟୀ, ପଙ୍କଜଙ୍କୁ କର୍କଟ ରୋଗ ହୋଇଥିଲା ଏବଂ ଏହି ରୋଗ ସହ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ, ଗତ କିଛି ମାସ ମଧ୍ୟରେ ତାଙ୍କର କର୍କଟ ରୋଗ ପୁଣି ଥରେ ଫେରି ଆସିଥିଲା। ଏହା ପରେ ଅଭିନେତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅସୁସ୍ଥତା ଯୋଗୁଁ ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ସବୁ ପରେ ବି ପଙ୍କଜଙ୍କୁ ବଞ୍ଚାଯାଇପାରିଲା ନାହିଁ।

ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ। କିନ୍ତୁ ତାଙ୍କୁ ଲୋକେ ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ ‘ମହାଭାରତ’ରୁ ଚିହ୍ନିଥିଲେ। ଏହି ଧାରାବାହିକରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଟିଭି ସୋ’ ବ୍ୟତୀତ ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଅନେକ ପୌରାଣିକ ସୋ’ର ନଜର ଆସିଥିବା ଦେଖାଯାଇଥିଲା। ଏଥିରେ ‘ଚନ୍ଦ୍ରକାନ୍ତା’, ‘ଦି ଗ୍ରେଟ୍ ମରାଠା’ ଭଳି ସୋ’ ଅନ୍ତର୍ଭୁକ୍ତ। ସେ ‘ସୋଲଜର’, ‘ବାଦଶାହା’, ‘ସଡକ’ ଭଳି ହିନ୍ଦୀ ଫିଲ୍ମରେ ଉତ୍କୃଷ୍ଟ କାମ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ