Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନେକ ମାରାତ୍ମକ ରୋଗକୁ ଦୂର କରିବାରେ ସାହାଯ୍ୟ କରିବ ଏହି ପରିବା…

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ପାଇଁ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ପଡିଥାଏ। ଦିନକୁ ଦିନ ସମୟ ବଦଳୁଛି ଏବଂ ସମୟ ସହିତ ବଦଳିଛି ମଣିଷର ନିୟମିତ ଖାଦ୍ୟ ତାଲିକା। ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପକ୍ଷରେ ସମୟ ବହୁତ କମ୍ ତେଣୁ ଲୋକମାନେ ପ୍ରାୟତଃ ଅନଲାଇନ କିମ୍ବା ବାହାରୁ ମଗେଇକି ଖାଇବା ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଏକ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ସବୁ ପ୍ରକାରର ଭିଟାମିନ୍ ଯୁକ୍ତ ଖାଦ୍ୟ ଯଥା; ବିଭିର୍ଣ୍ଣ ପ୍ରକାରର ସବୁଜ ପନିପରିବା,ମାଛ, ମାଂସ ,ଦୁଗ୍ଧ ଜାତୀୟ ଖାଦ୍ୟ ଏବଂ ଫଳକୁ ଆମ ଖାଦ୍ୟ ତାଲିକାରେ ଯୋଡିବା ଆବଶ୍ୟକ।

ସବୁଜ ପନିପରିବା ଶରୀର ପାଇଁ ସବୁଠାରୁ ଅଧିକା ଲାଭ ଦାୟକ ହୋଇଥାଏ। ସମସ୍ତ ପରିବାରେ କିଛି ନା କିଛି ପୋଷକ ତତ୍ତ୍ବ ରହିଛି। ଯାହା ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ। ସେହି ସବୁ ପରିବା ମଧ୍ୟରୁ କାଙ୍କଡ଼ ହେଉଛି ଅନ୍ୟତମ । ଯାହା ଆମକୁ ଉପଯୁକ୍ତ ପୁଷ୍ଟିସାର ଯୋଗାଇଥାଏ । ଏହି ପରିବାରେ ଅନେକ ଲାଭ ରହିଛି।

କାଙ୍କଡ଼ ଏହିପରି ଏକ ପରିବା, ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର ଏବଂ ମଧୁମେହକୁ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠୁ ଭଲ ହୋଇଥାଏ ।

ଏଥିରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ । ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରୀ ହୋଇଥାଏ । ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରୁ ମଧ୍ୟ ମିଳିଥାଏ । କାଙ୍କଡ଼ରେ ରହିଥିବା ମିନେରାଲ୍ସ, ଭିଟାମିନ୍ ଏବଂ ପ୍ରୋଟିନ୍ ଶରୀରରେ ଉର୍ଜ୍ଵା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ । ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିଥାଏ। ଏଥିସହ ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର । ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ମଧ୍ୟ କରିଥାଏ । ମୋଟାପଣ କମାଇବାରେ ବି ଏହା ଖୁବ୍ ସହାୟକ ହୋଇଥାଏ। ସେଥିପାଇଁ ଡ଼ାଏଟ କରୁଥିବା ବ୍ୟକ୍ତି ନିଜ ଖାଇବା ତାଲିକାରେ ଏହି ପରିବାକୁ ସାମିଲ ନିଶ୍ଚିତ କରନ୍ତୁ।

ଏକ ଅଧ୍ୟୟନରୁ,ଜଣାପଡ଼ିଛି ଯେ, କାଙ୍କଡ଼ ଖାଇବା ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଦୂର ହୋଇଥାଏ । ଏଥିରେ ରହିଥିବା ଲ୍ଯୁଟେନ୍ ଏବଂ କେରେଟେନାଇଡ୍ସ କ୍ୟାନ୍ସର ହେବାର ମାତ୍ରାକୁ କମ୍ କରିଥାଏ । ଏଣୁ ନିଜ ଖାଦ୍ୟରେ କାଙ୍କଡ଼କୁ ନିହାତି ଭାବେ ସାମିଲ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ