ଏଥର ଦୀପାବଳିରେ ରଣବୀରଙ୍କ ଧମାକା; ‘ଧୂରନ୍ଦର’ର ଟାଇଟଲ ଗୀତ ରିଲିଜ ହେବ

ମୁମ୍ବାଇ: ଏଥର ରଣବୀର ମଚାଇବେ ଧମାକା। ଦୀପାବଳି ପୂର୍ବରୁ ହିଁ କରିବେ ଧମାକା। ରଣବୀରଙ୍କ ଅପକମିଂ ଫିଲ୍ମ ‘ଧୂରନ୍ଦର’ର ଟାଇଟଲ ଗୀତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କି ଜୋସ୍ ଦେଖିବାକୁ ମିଳିଛି। ବିଗତ କିଛି ଦିନ ହେବ ରଣବୀର ବଡ ପରଦାରୁ କୁଆଡେ ହଜିଯାଇଥିଲେ। ସେ ସମୟରେ କୌଣସି ଫିଲ୍ମ ମଧ୍ୟ କରିନଥିଲେ।
କିନ୍ତୁ ଫିଲ୍ମ ଧୂରନ୍ଦର ଜରିଆରେ ପୁଣି କିଛି ନୂଆ ଏବଂ ମସାଲାଦାର ଦେଖାଇବାକୁ ଚେଷ୍ଟା କରିବେ। ଯାହା ଲୋକଙ୍କ ମନକୁ ଛୁଇଁବ। କିଛି ମାସ ପୂର୍ବରୁ ରଣବୀର ସିଂ ତାଙ୍କ ଜନ୍ମଦିନ ଅବସରରେ ନିର୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୂରନ୍ଦର’ ଟିଜର ରିଲିଜ କରିଥିଲେ। ଯାହା ବେଶ ଚର୍ଚ୍ଚାରେ ରହିଥିଲା।
ଏହି ଫିଲ୍ମର ଟିଜରରେ ରଣବୀର ସିଂଙ୍କ ଲୁକ ଏବଂ ଷ୍ଟାଇଲ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ଗୀତ ରିଲିଜ ପରଠୁ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି ଏବଂ ଏହାର ଫିଲ୍ମ ରିଲିଜ ହେବ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।