ପରିବହନ ବିଭାଗରୁ ଜାରି ହେଲା ନୂଆ ନିୟମ; ବ୍ଲାକ ଲିଷ୍ଟ ୨୫୮ଟି ଗାଡ଼ି

ଓଡ଼ିଶା.ନ୍ୟୁଜ ବ୍ୟୁରୋ: ଏଥର ପରିବହନ ବିଭାଗ ତରଫରୁ ଜାରି ହୋଇଛି ନୂଆ ନିୟମ। ରାଜ୍ୟ ପରିବହନ ବିଭାଗକୁ ତାଲିକା ଦେଲା ଟ୍ରାଫିକ ବିଭାଗ। ଆଉ ରାସ୍ତାରେ ଗଡି ପାରିବନି ଏସବୁ ଗାଡ଼ି ୨୫୮ ଟି ଗାଡ଼ିକୁ ବ୍ଲାକ ଲିଷ୍ଟରେ ରଖାଯାଇଛି। ଏମଭି ଆକ୍ଟ ଆଣ୍ଡ ଏମଭି ରୁଲସରେ ବ୍ଲାକ ଲିଷ୍ଟ ପ୍ରକ୍ରିୟା ଆରମ୍ଭ। ନୂଆ ନିୟମାବଳୀ ଅନୁଯାୟୀ, ଯେଉଁ ମାନଙ୍କର ଏକାଧିକ ଚାଲାଣ ରହିଥିବ ଏହି ଲିଷ୍ଟରେ ସେମାନଙ୍କ ଗାଡ଼ି ନମ୍ବର ରହିଛି।
ଏଥି ସହିତ ଫାଇନ କଟିବାର ୯୦ ଦିନ ଭିତରେ ଗାଡ଼ି ମାଲିକ ଅନଲାଇନରେ ଫାଇନ ଭରିପାରିବେ। ୯୦ ଦିନ ଭିତରେ ଫାଇନ ନ ଭରିଲେ କୋର୍ଟରେ ଫାଇନ ଦେବାକୁ ପଡିବ। ଆଉ ଯେଉଁ ମାନେ ଫାଇନ ଦେଇନଥିବେ ସେମାନଙ୍କ ଗାଡ଼ିକୁ ମଧ୍ୟ ବ୍ଲାକ ଲିଷ୍ଟରେ ରଖାଯାଇଛି। ସେଥିମଧ୍ୟରୁ ୨୫୮ଟି ଗାଡିକୁ ତଦନ୍ତ କରାଯାଇ ସେହି ଗାଡ଼ିକୁ ବ୍ଲାକ ଲିଷ୍ଟରେ ସାମିଲ କାଯାଇଛି।
ଏହି ଗାଡ଼ିଗୁଡିକ ବ୍ଲାକ ଲିଷ୍ଟରେ ରହିବା ଦ୍ୱାରା RC ରେଜିଷ୍ଟ୍ରସନ ହେବ ନାହିଁ, ପାଲ୍ୟୁସନ ରେନ୍ୟୁ ହେବ ନାହିଁ, ଇନ୍ସୁରାନ୍ସ ବି ହୋଇ ପାରିବ ନାହିଁ। ଫଳରେ ଏହି ସବୁ ନିୟମାବଳୀ ଅନ୍ତର୍ଭୁକ୍ତ ଗାଡ଼ି ସବୁ ଆଉ କେବେ ବି ରାଜ ରାସ୍ତାରେ ଗଡି ପାରିବ ନାହିଁ।