Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୟାନ ବଢ଼ାଉଛି ସସପେନ୍ସ ! କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ବିହାରରେ ନିର୍ବାଚନର ଆୟୋଜନ ଖୁବଶୀଘ୍ର ହେବାକୁ ଯାଉଛି। ତେବେ ଏ ନେଇ ବିଭିନ୍ନ ଗୁଜବ ମଧ୍ୟ ସୃଷ୍ଟି ହେଉଛି। ନିର୍ବାଚନ ପାଇଁ ଏନଡିଏ ଓ ମହାଗଠବନ୍ଧନ ଉଭୟ ନିଜର ଆସନ ବଣ୍ଟନ ଏବଂ ପ୍ରାର୍ଥୀ ଚୟନ କରିସାରିଲେଣି। ନାମାଙ୍କନ ଚାଲିଥିବା ସମୟରେ ଏବେ ପ୍ରାର୍ଥୀମାନେ ନିଜର ପ୍ରଚାର କରିବାରେ ମଧ୍ୟ ଅଣ୍ଟା ଭିଡ଼ିଲେଣି। କିନ୍ତୁ ଏଥର ଯଦି ନିର୍ବାଚନରେ ଏନଡିଏ ବିଜୟ ହାସଲ କରେ ତେବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ? ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନା ନାହିଁ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦିଓ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଦଳ ମୈଦାନ ଉପରେ ଲଢ଼ିବାକୁ ଠିଆ ହୋଇଛି , କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗୋୟଲଙ୍କ ଭଳି ଦୁଇ ପ୍ରମୁଖ ନେତାଙ୍କ ବୟାନକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଉଭୟ ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନିର୍ବାଚନ ପରେ କିଏ ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିବ ତାହା ବିଧାୟକ ଦଳ ନିଷ୍ପତି ନେବ। ଯାହାକୁ ନେଇ ଦଳ ଭିତରେ ବିତର୍କ ଦେଖାଦେଇଛି।

ଏହି ପରିପେକ୍ଷୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ, ‘ବିହାରରେ ନିଶ୍ଚିତ ଭାବରେ ଏନଡିଏ ଗଠନ ହେବ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦବୀରେ କିଏ ରହିବେ ତାହା ନିର୍ବାଚନ ପରେ ଏନଡିଏ, ବିଜେପି ଏବଂ ଜେଡିୟୁର ହାଇକମାଣ୍ଡ ମିଳିତ ଭାବରେ ନିଷ୍ପତି ନେବେ। ଗଡ଼କରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଏହି ନିଷ୍ପତ୍ତି ଏକା ନେଇପାରିବି ନାହିଁ। ଏହି ପ୍ରକାରର ନିଷ୍ପତ୍ତି ଦଳର ବୋର୍ଡ ମେମ୍ବର ଦ୍ୱାରା ହିଁ ନିଆଯାଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ