Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଝି ଆକାଶରେ ଯାତ୍ରୀଙ୍କ କଣ୍ଡକ୍ଟର ଭଳି ଡାକ, ଭାଇରାଲ ହେଉଛି ଭିଡିଓ…

Oplus_16908288

ଭୁବନେଶ୍ୱର: ବିମାନରେ ମଝି ଆକାଶରେ ହଠାତ ଓଡିଆ ଯାତ୍ରୀ ସାଜିଲେ କଣ୍ଡକ୍ଟର। ଆଉ ମଜାକିଆ ଢଙ୍ଗରେ ଡାକିଲେ ‘ବ୍ରହ୍ମପୁର ..ଛତ୍ରପୁର..ଗଞ୍ଜାମ ..ହୂମ୍ମ। ବେଗି ଆସ, ଇଆଡେ ଇଆଡେ..ବେଗି ଆସ ..ଚାଏ ଚାଏ ..ପିଆଜି, ପକୁଡି..’

ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଆଉ ଜଣେ ଓଡିଆ ଯୁବକ ଭିଡିଓ ସୁଟ୍ କରିଥିବାର ଜଣାପଡିଛି।

ଯୁବକ ଜଣଙ୍କ ମଜାକିଆ ଢଙ୍ଗରେ ଡାକି ଚାଲିଛନ୍ତି। ତେବେ ବିମାନକୁ ବସ୍ ଭାବି ଓଡିଆ ଯାତ୍ରୀଙ୍କ ଏଭଳି ମଜାଳିଆ ଅନ୍ଦାଜ୍ କୁ ଅନେକ ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର୍ସ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏପରିକି ସମାଲୋଚନା କରିବା ସହ ଏଭଳି ଭିଡିଓ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଓଡ଼ିଆଙ୍କୁ ବାହାରେ ଲୋକେ ଉପହାସ କରିବାକୁ ପଛେଇବେନି ବୋଲି କିଛି ୟୁଜର୍ସ ଭିଡ଼ିଓରେ କମେନ୍ଟ ଦେଇଥିବା ବେଳେ ଆଉ କିଛି ୟୁଜର୍ସ ଏଭଳି ମାନସିକତା ପାଇଁ ଓଡ଼ିଶାର ଲୋକେ ବାହାରେ ଉପହାସର ପାତ୍ର ହେଉଛନ୍ତି ବୋଲି କହିଛନ୍ତି।

ତେବେ ଏହି ଭିଡ଼ିଓଟି କେବେ ସୁଟ୍ ହୋଇଛି ଏବଂ ଏହି ଯାତ୍ରା କେବେକାର ତାହା ସ୍ପଷ୍ଟ ଜଣାପଡିନି। ତଥାପି ଜାତୀୟ ଗଣମାଧ୍ୟମ ସମେତ ସାରା ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ