ନୂଆପଡା ଉପନିର୍ବାଚନରେ ଉପକୂଳିଆ ନେତାଙ୍କୁ ଜୋନ ଦାୟିତ୍ୱ; ଏବେ ବିଜେଡିର ନିର୍ବାଚନୀ ୟୁ-ଟର୍ଣ୍ଣ

ଭୁବନେଶ୍ୱର: ବିଜେଡି ଏବେ ୟୁ-ଟର୍ଣ୍ଣ ନେବାକୁ ଯାଉଛି। ନୂଆପଡ଼ା ଭୋଟରଙ୍କ ଉପରେ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ଚୟନ କରି ଏବେ ନିର୍ବାଚନୀ ମଇଦାନରେ ଲଢ଼େଇ ପୂର୍ବରୁ ଆତ୍ମସମର୍ପଣ କରିସାରିଥିବା ବିଜେଡି କିଛି ଏହି ପରି ସ୍ଟ୍ରାଟେଜି ପ୍ଲାନ କରିଛି । ସପ୍ତାହକ ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ଜାରି କରିଥିବା ୧୯ଜଣିଆ କମିଟିରେ ଆମୂଳଚୂଳ ପରିବର୍ତ୍ତନ କରିଛି ।
ଖାଲି ସେତିକି ନୁହେଁ ସଂଶୋଧନ କମିଟିରେ ଉପକୂଳ ଓଡ଼ିଶାର ପ୍ରାୟ ୨୫ରୁ ଅଧିକ ପ୍ରମୁଖ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ମମିତା ମେହେର ହତ୍ୟା-ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟା ଅଭିଯୁକ୍ତ ପ୍ରତାପ ଜେନାଙ୍କୁ ମଧ୍ୟ କମିଟିରେ ସାମିଲ କରିଛି ବିଜେଡି । ପ୍ରାର୍ଥୀଙ୍କର ଇଚ୍ଛା ନଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଉଛି।
ଉପନିର୍ବାଚନ ପ୍ରାର୍ଥୀ ଭାବରେ କଂଗ୍ରେସର ଘାସିରାମ ମାଝୀ ଓ ବିଜେପିର ଜୟ ଢ଼ୋଲକିଆ ନିଜର ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି | ବାହାର ଜିଲ୍ଲାର ନେତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ତା’ର ପ୍ରତିବାଦରେ ଗୁରୁବାର ଦିନ ଦଳରେ ପରିବର୍ତନ ଦେଖାଦେଇଛି। ଗତ ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସମେତ ୫୬ଜଣ ସରପଂଚ ଓ ସମିତି ସଭ୍ୟ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ମଧ୍ୟ କୋମନା ବ୍ଲକର ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ଓ ଅନ୍ୟ ୧୮ଜଣ ସରପଂଚ ଓ ୯ଜଣ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ଉପ ନିର୍ବାଚନର ପରିଚାଳନା ପାଇଁ ଏକ ୫୨ ଜଣିଆ କମିଟି ଗଠନ କରାଯାଇଛି। ଏହା ପୂର୍ବରୁ ମଧ୍ୟ କମିଟି ଗଠନ କରାଯାଇଥିଲା। ଚଳିତମାସ ୮ ତାରିଖରେ ୩ଟି କମିଟି ଗଠନ କରି ୧୯ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲା। ଏହି କମିଟିରେ ଉପକୂଳବର୍ତ୍ତୀ ଜିଲ୍ଲାର ନେତା ଓ ମନ୍ତ୍ରୀ ମାନଙ୍କୁ ସାମିଲ କରାଯାଇ ନଥିଲା। କିନ୍ତୁ ଗତକାଲି ପ୍ରକାଶିତ ତାଲିକାରେ ମୋଟ ୫୨ଜଣ ନେତାଙ୍କୁ ଦଳ ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ଭାର ଦିଆଯାଇଛି। ସେଥିରେ ୨୫ରୁ ଅଧିକ ଉପକୂଳ ଓଡ଼ିଶାର ଆଗଧାଡ଼ିର ନେତାମାନେ ସାମିଲ ଅଛନ୍ତି । ତେବେ ଏହି କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ରଙ୍କ ସମେତ ଟୁକୁନି ସାହୁ, ରୋହିତ ପୂଜାରୀ ଓ ନିରଞ୍ଜନ ବିଶିଙ୍କୁ ବାଦ୍ ଦେଇଛି । ଯଦିଓ ଦେବୀଙ୍କୁ ଛାଡ଼ି ଏହି ସମସ୍ତ ନେତାଙ୍କୁ ପୂର୍ବ କମିଟିରେ ସ୍ଥାନ ମିଳିଥିଲା।
କେଉଁଠି, କିଏ ତୁଲାଇବେ ଦାୟିତ୍ୱ ?
ଦାୟିତ୍ୱ ସମ୍ଭାଳିବା ପାଇଁ ମୋଟ ଜୋନକୁ ୪ ଭାଗରେ ବିଭକ୍ତ କରାଯାଇଅଛି ଯଥା : ନୂଆପଡ଼ା ବ୍ଲକ(୧୮ଜଣ): ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସଞ୍ଜୟ ଦାସବର୍ମା ,ଅରୁଣ ସାହୁ , ପ୍ରତାପ ଜେନା , ଦିବ୍ୟଶଙ୍କର ମିଶ୍ର , ପ୍ରୀତିରଞ୍ଜନ ଘଡ଼ାଇ,ଧ୍ରୁବ ସାହୁ,ମନୋହର ରନ୍ଧାରୀ ,ପ୍ରଦୀପ ଦିଶାରୀ,ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଶାରଦା ପ୍ରସନ୍ନ ଜେନା,ରୋମାଂଚ ରଞ୍ଜନ ବିଶ୍ୱାଳ,ସୁଦର୍ଶନ ହରିପାଲ,ପ୍ରଶାନ୍ତ କୁମାର ବେହେରା,ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ସେହିଭଳି ଭାବରେ ଦ୍ଵିତୀୟରେ ନୂଆପଡ଼ା ଏନଏସି (୮ଜଣ): ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଶାରଦା ପ୍ରସାଦ ନାୟକ , ଦେବେଶ ଆଚାର୍ଯ୍ୟ , ମନୋରମା ମହାନ୍ତି , ଦୀପାଳି ଦାସ , ଆୟୁବ ଖାନ୍ , ରୀତା ସାହୁ ଓ ସ୍ୱରୂପ ଦାସ କାର୍ଯ୍ୟ କରିବେ ।
ତୃତୀୟରେ କୋମନା ବ୍ଲକ (୧୮ଜଣ): ସେହିପରି ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ପ୍ରତାପ ଦେବ , ଅଧିରାଜ ପାଣିଗ୍ରାହୀ , ପୁଷ୍ପେନ୍ଦ୍ର ସିଂହଦେଓ , ଯୋଗେଶ ସିଂହ,ରବି ନନ୍ଦ,ପ୍ରଦୀପ ମାଝୀ ,ନଳିନୀକାନ୍ତ ପ୍ରଧାନ,ବ୍ୟୋମକେଶ ରାୟ,ସୁଶାନ୍ତ କୁମାର ରାଉତ ,ସୁଭାଶିଷ ଖୁଂଟିଆ , ଜଗନ୍ନାଥ ସାରକା , ସରୋଜ ମେହେର,ବିଶ୍ୱରଞ୍ଜନ ମଲ୍ଲିକ,ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ,ରୋହିତ ଯୋଶେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟ। ଏବଂ ଚତୁର୍ଥରେ ଖରିଆର ରୋଡ୍ ଏନଏସି(୮ଜଣ) : ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବିକ୍ରମ ପଣ୍ଡା , କଳିକେଶ ନାରାୟଣ ସିଂହଦେଓ , ପ୍ରଦ୍ୟୁମ୍ନ ତ୍ରିପାଠୀ , ସୌଭିକ ବିଶ୍ୱାଳ , ଗୌତମ ବୁଦ୍ଧ ଦାସ , ପ୍ରଶାନ୍ତ ମୁଦୁଲି ଏବଂ ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନୀ ପରିଚାଳନା କରିବେ ବୋଲି ଜଣାପଡ଼ିଛି ।