ଆସିଗଲା ସବୁଠାରୁ ଶସ୍ତା ପ୍ଲାନ: ଏବେ ଜିଓ ଆଣିଛି ୧୧ ମାସ ପାଇଁ ୮୯୫ ଟଙ୍କାର ରିଚାର୍ଜ ଏବଂSMS ସର୍ଭିସ

ନୂଆଦିଲ୍ଲୀ: ଟେଲିଫୋନ କମ୍ପାନୀମାନଙ୍କରେ ଅନେକ ସମୟରେ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ ଆସିଥାଏ। ଏଥର ମଧ୍ୟ ରିଲାଏନ୍ସ ଜିଓ ତରଫରୁ ନୂଆ ପ୍ଲାନ ଆସିଛି। ଯାହା ଗ୍ରାହକମାନଙ୍କୁ ନିହାତି ଭାବରେ ଆକର୍ଷଣ କରିବ। ଦିୱାଲୀ ଅଫରରେ ନୂଆ ପ୍ଳାନର ଏକ ବୋନସ ଦେଇଛି। ଅଧିକ ସମୟରେ ୟୁଜର୍ସମାନେ ଅଫରର ଫାଇଦା ଉଠାଇବା ପାଇଁ କମ୍ ଦାମରେ ଅଧିକା ବେନିଫିଟ ହାସଲ କରିବାକୁ ଚାହିଁଥାନ୍ତି। ଏଥିରେ ଜିଓ ମଧ୍ୟ ପଛୁଆ ନାହିଁ। ସେ ମଧ୍ୟ ଗ୍ରାହକଙ୍କ ପାଇଁ କିଛି ଖାସ୍ ଏବଂ ଦମଦାର ଅଫରର ଆଣିଛି।
ଏହି ପ୍ଲାନରେ ଗ୍ରାହକମାନେ ୧୧ ମାସ ପାଇଁ କେବଳ ୮୯୫ ଟଙ୍କାରେ କଲିଂ ସେବା ସହିତ ଏସଏମଏସର ସୁବିଧା ମଧ୍ୟ ପାଇବେ। ଏହି ପ୍ଲାନ ଜିଓ କମ୍ପାନୀର ଲମ୍ବା ସମୟ ଧରି ଚାଲି ରହିଥିବାରୁ ଏହାର ବେନିଫିଟ୍ ମଧ୍ୟ ୧୧ ମାସ ପର୍ଯ୍ୟନ୍ତ ପାଇପାରିବେ।
୮୯୫ ଟଙ୍କାର ପ୍ଲାନ ଗ୍ରାହକଙ୍କୁ ୩୩୬ ଦିନ ପାଇଁ ଭ୍ୟାଲିଡିଟି ପ୍ରଦାନ କରିବ। ଏହି ପ୍ଲାନରେ ୨ ଜିବି ଡାଟା ସହିତ ଏହା ୨୮ ଦିନ ପାଇଁ ମିଳିବ। ଏହାର ଅର୍ଥ ପୁରା ପ୍ୟାକରେ ଗ୍ରାହକଙ୍କୁ ୨୪ ଜିବିର ଡାଟା ମିଳିବ। ଡାଟା ଲିମିଟ ସରିଯିବା ପରେ ୟୁଜର୍ସଙ୍କୁ 64Kbpର ସ୍ପିଡ଼ରେ ଡାଟା ମିଳିବ। ଏହାଛଡା କମ୍ପାନୀର ଅନଲିମିଟେଡ କଲିଂ ଓ ୫୦ ଏସଏମଏସ ମିଳିବ। ଏହି ପ୍ଲାନ ସହ କମ୍ପାନୀ ଅତିରିକ୍ତ ବେନିଫିଟ ମଧ୍ୟ ଅଫର କରୁଛି। ଏହି ପ୍ଲାନରେ Jio TV ଓ JioAICloudର ସୁବିଧା ମିଳିବ। କିଛି ବଛା ବଛା ଗ୍ରାହକମନକୁ ଏହି ଭଳି ସୁବିଧା ମିଳିବ।