Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିୱାଲୀରେ ନୂଆ ଧମାକା: ଏବେ ‘ଅନଲିମିଟେଡ଼ କଲ ସହିତ ଡେଲି 2 GB ଡାଟା ଏବଂ ୧୦୦ SMSର ସୁବିଧା’

ନୂଆଦିଲ୍ଲୀ: ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ। ଦିୱାଲିରେ ନୂଆ ଅଫର। ଏବେ ୧ ଟଙ୍କାରେ ଆପଣ ପାଇପାରିବେ ଅନଲିମିଟେଡ୍ କଲ୍ ସେବା, ଡେଲି 2GB ଡାଟା। ଆଜ୍ଞା ହଁ, ଏହି ସେବା ମାସେ ଯାଏଁ ଆପଣଙ୍କୁ ମିଳିବ। ଦୀପାବଳି ଏହି ମହାପର୍ବ ଉପଲକ୍ଷେ ଦେଶର ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହି ଦମଦାର ଅଫର୍ ଆଣିଛି। ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ସହିତ ପ୍ରତିଦିନ 2GB ଡାଟା ଓ ଅନଲିମିଟେଡ୍ କଲ୍ ର ସୁବିଧା ମଧ୍ୟ ଦେଉଛି। ବିଏସଏନଏଲ କମ୍ପାନୀ ତରଫରୁ ଦିୱାଲି ବୋନାଞ୍ଜା ନାଁରେ ଆସିଛି ଏହି ଅଫର। ଏଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଟୋକନ ମନି ଦେଇ ଗୋଟିଏ ମାସ ପାଇଁ ମାଗଣାରେ କଲ୍ ସୁବିଧା ଥିବା ସିମ୍ ସଂଯୋଗ ନେଇପାରିବେ।

ଯଦି ଆପଣ BSNL ନେଟୱାର୍କ ସହ ଯୋଡି ହେବାକୁ ଚାହାଁନ୍ତି ଓ ଏହି ସୁଯୋଗକୁ ହାତଛଡା କରିବାକୁ ଚାହାନ୍ତି ନାହିଁ ତେବେ କେବଳ ୧ ଟଙ୍କାରେ ଅନଲିମିଟେଡ କଲ୍, ଡେଲି 2GB ଡାଟା ଓ ୧୦୦ SMS ସୁବିଧା ପାଇପାରିବେ। ତେବେ ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ। ଆପଣ ୧ ଟଙ୍କାରେ ସିମ୍ କିଣିପାରିବେ ଓ BSNL ନେଟୱାର୍କ ୟୁଜର ହୋଇ ଏହି ଅଫରର ଲାଭ ଉଠାଇପାରିବେ। ଅକ୍ଟୋବର ୧୫ରୁ ନଭେମ୍ବର ୧୫ ଯାଏଁ ଏହି ଅଫର୍ ବୈଧ ରହିବ।

ବିଏସଏନଏଲ କମ୍ପାନୀ ତରଫରୁ ଆପଣଙ୍କୁ ଫ୍ରି ସିମ୍ ଦିଆଯିବ। ଅର୍ଥାତ୍ ୧ ଟଙ୍କାରେ ସିମ୍ କିଣି ୩୦ ଦିନ ପାଇଁ ଅଫର୍‌ର ଲାଭ ନେଇପାରିବେ। ଏହାପରେ ଆପଣ ରିଚାର୍ଜ ପ୍ଲାନ ଅନୁସାରେ ଆଗକୁ ରିଚାର୍ଜ କରିପାରିବେ । ଯଦି ଆପଣ ଅନ୍ୟ କେଉଁ ଟେଲିକମ କମ୍ପାନୀ ୟୁଜର୍ସ ଓ BSNL 4G ନେଟୱାର୍କକୁ ସ୍ୱିଚ୍ କରିବାକୁ ଚାହାଁନ୍ତି ତାହେଲେ ବି ଏହି ଅଫରର ଆପଣଙ୍କ ପାଇଁ ଲାଭଦାୟକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ