Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତକୁ ଆମେରିକାର ପୁଣି ଏକ ଝଟକା; ମଉଳିବ ଆମେରିକା ଯିବା ସ୍ବପ୍ନ

ନୂଆଦିଲ୍ଲୀ: ଡିଭି ଲଟେରିରୁ ଭାରତ ବାଦ୍ ପଡ଼ିବା ସହ ଆମେରିକା ଯିବା ଲାଗି ସ୍ଵପ୍ନ ଦେଖୁଥିବା ଭାରତୀୟଙ୍କ ଲାଗି ଆଉ ଏକ ରାସ୍ତା ବନ୍ଦ ହୋଇ ଯାଇଛି । ଫଳରେ H-1B ୱାର୍କ ଭିସା ଥିଲେ ବି ତା ସ୍ଥାୟୀ ବାସିନ୍ଦା ଭାବେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ମଉଳିବ ଆମେରିକା ସ୍ଵପ୍ନ, ମିଳିବନି ସ୍ଥାୟୀ ବାସିନ୍ଦା ପାଇଁ ଅନୁମତି।

ପ୍ରଥମେ ଟାରିଫ୍‌, H-1B Visa ପରେ ଭାରତୀୟଙ୍କୁ ଆଉ ଏକ ଝଟ୍‌କା ଦେଇଛି ଆମେରିକା। ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା (DV) ଲଟେରିରୁ ଭାରତ ବାଦ୍ ପଡ଼ିଛି। ଡିଭି ଲଟେରୀ ଯାହା ଡାଇଭର୍ସିଟି ଇମିଗ୍ରାଣ୍ଟ ପ୍ରୋଗ୍ରାମ ଭାବରେ ଜଣାଶୁଣା। ଏହା ଏକ ଆମେରିକୀୟ ସରକାରୀ କାର୍ଯ୍ୟକ୍ରମ ଯାହା ପ୍ରତିବର୍ଷ ୫୫୦୦୦ ପ୍ରବାସୀ ଭିସା କିମ୍ବା ଗ୍ରୀନ କାର୍ଡ ଉପଲବ୍ଧ କରାଏ।

ସୂଚନା ଆନୁଯାୟୀ, ଏଣିକି ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା ଲଟେରି ପାଇଁ ଭାରତୀୟ ନାଗରିକ ଆଉ ଆବେଦନ କରିପାରିବେ ନାହିଁ । ୨୦୨୮ ପର୍ଯ୍ୟନ୍ତ ଭାରତୀୟଙ୍କୁ ଅନୁମତି ମିଳିବ ନାହିଁ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା ପ୍ରୋଗ୍ରାମ ଗ୍ରୀନ୍ କାର୍ଡ ଲଟେରି ଭାବେ ମଧ୍ୟ ଜଣାଶୁଣା । ଏହି ଗ୍ରୀନ୍ କାର୍ଡ ଲଟେରି ମାଧ୍ୟମରେ ଆମେରିକା ବିଭିନ୍ନ ଦେଶର ପ୍ରବାସୀଙ୍କୁ ଚୟନ କରିଥାଏ।

୫ ବର୍ଷ ମଧ୍ୟରେ ୫୦ ହଜାରରୁ କମ୍ ପ୍ରବାସୀ ଆସିଥିବା ଦେଶର ଆବେଦନକାରୀଙ୍କୁ ଆମେରିକା ଗ୍ରୀନ୍ କାର୍ଡ ଲଟେରି ମାଧ୍ୟମରେ ଚୟନ କରିଥାଏ। ଯେତେବେଳେ କି ଆମେରିକାକୁ ନିକଟ ବର୍ଷରେ ବହୁ ସଂଖ୍ୟକ ପ୍ରବାସୀ ଯାଇଛନ୍ତି। ଫଳରେ ଭାରତ ଏବେ ନିଜେ ଏହି ଲଟେରି ପ୍ରୋଗ୍ରାମରୁ ବାଦ୍ ପଡ଼ିଛି।

ତଥ୍ୟ ଅନୁସାରେ, ୨୦୨୧ ମସିହାରେ ୯୩ ହଜାର ୪୫୦ ଜଣ ଭାରତୀୟ ଆମେରିକାକୁ ସ୍ଥାନାନ୍ତର ହୋଇଥିଲେ। ଯେତେବେଳେ କି ୨୦୨୨ରେ ଏହି ସଂଖ୍ୟା ୧ ଲକ୍ଷ ୨୭ ହଜାର ୧୦ ଥିଲା। ଯାହାକି ଦକ୍ଷିଣ ଆମେରିକାର ୯୯,୦୩୦ କିମ୍ବା ୟୁରୋପିଆନଙ୍କ ୭୫,୬୧୦ ପ୍ରବାସୀଙ୍କ ସଂଖ୍ଯା ଠାରୁ ଢେର୍ ଅଧିକ।

ସେହିଭଳି ୨୦୨୩ରେ ୭୮ ହଜାର ୭୦ ଜଣ ଭାରତୀୟ ଆମେରିକାକୁ ସ୍ଥାନାନ୍ତର ହୋଇଥିଲେ। ଫଳରେ ୨୦୨୮ ପର୍ଯ୍ୟନ୍ତ ଭାରତ, ଗ୍ରୀନ୍ କାର୍ଡ ପ୍ରୋଗ୍ରାମରୁ ବାଦ୍ ପଡ଼ିଛି। ଭାରତ ସହ ୨୦୨୬ ଡିଭି ଲଟେରିରୁ ଚୀନ, ଦକ୍ଷିଣ କୋରିଆ, କାନାଡ଼ା ଏବଂ ପାକିସ୍ତାନ ବାଦ୍ ପଡ଼ିଥିବା ଜଣାପଡ଼ିଛି।

ଡିଭି ଲଟେରିରୁ ଭାରତ ବାଦ୍ ପଡ଼ିବା ସହ ଆମେରିକା ଯିବା ଲାଗି ସ୍ଵପ୍ନ ଦେଖୁଥିବା ଭାରତୀୟଙ୍କ ଲାଗି ଆଉ ଏକ ରାସ୍ତା ବନ୍ଦ ହୋଇ ଯାଇଛି। ଫଳରେ H-1B ୱାର୍କ ଭିସା ଥିଲେ ବି ତାହା ସ୍ଥାୟୀ ବାସିନ୍ଦା ଭାବେ ପରିବର୍ତ୍ତନ କରାଯାଇପାରିବନାହିଁ। ଏଥିସହ ନିବେଶ ମାଧ୍ୟମରେ ସ୍ଥାନାନ୍ତର ସମ୍ଭବ ହେବ ନାହିଁ।

ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ପଦବୀ ଗ୍ରହଣ କଲେଣି ସେବେଠାରୁ ଗୋଟାଏ ପରେ ପ୍ରବାସୀ ନିୟନ୍ତ୍ରଣ ଉପରେ କଟକଣା ଲଗାଇ ଚାଲିଛନ୍ତି। ଷ୍ଟୁଡେଣ୍ଟ ଭିସାରୁ ନେଇ ପ୍ରବାସୀ ଭିସା ପର୍ଯ୍ୟନ୍ତ ସବୁଥିରେ ଟ୍ରମ୍ପ ପ୍ରଶାସନ କଠୋର ନିଷ୍ପତ୍ତି ନେଉଛି। ପ୍ରବାସୀଙ୍କ ସୋସିଆଲ୍ ମିଡିଆ ମନିଟରିଂ ସହ ଅନ୍ୟ ତଥ୍ୟ ଉପରେ ମଧ୍ୟ ଆମେରିକା ନଜର ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ