କେନଝରିଆ ପାଲି ମିଶନ ଶକ୍ତି ଠାରେ ବିଶ୍ଵ ଖାଦ୍ୟ ଦିବସ ରେ ପୋଷଣମlସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ୍ ଅନ୍ତର୍ଗତ କେନଝିରିଆପାଲି ମିଶନ ଶକ୍ତି ପଞ୍ଚାୟତ ସ୍ତରୀୟ ସଂଘ ଠାରେ ବିଶ୍ୱ ଖାଦ୍ୟ ଦିବସ ଅବସରରେ ପୋଷଣ ମାସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାନେତ୍ରି, ସମ୍ପାଦିକା, ଇସି ସଭ୍ୟା, ସ୍ବୟଂ ସହାୟିକା ଗୋଷ୍ଠୀ ର ସଭ୍ୟା , କିଶୋରୀ ବାଳିକା ଓ ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପସ୍ଥିତ ଥିଲେ। ଏମବିକେ ଗୀତାଞ୍ଜଳି ଜେନା ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କେନଝିରିଆପାଲି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଯେପରି ଜଣେ ବି ବ୍ୟକ୍ତି ପୃଷ୍ଟିହିନତା ର ଶିକାର ନ ହୁଅନ୍ତି ଏବଂ କେଉଁ ଖାଦ୍ୟ ଖାଇବା ଆବଶ୍ୟକ, କେଉଁ ଖାଦ୍ୟ ଖାଇବା ଦ୍ବାରା ଅପପୃଷ୍ଟି ଜନିତ ରୋଗ ହେବ ନାହିଁ, ରକ୍ତହୀନତା ଦେଖା ଦେବ ନାହଁ ସେହି ବିଷୟ ରେ ଆଲୋଚନା କରିଥିଲେ। ପଞ୍ଚାୟତର ପ୍ରତି ଆଞ୍ଚଳିକ ମଞ୍ଚ ଓ ପ୍ରତ୍ୟେକ ସ୍ବୟଂ ସହାୟିକା ଗୋଷ୍ଠୀ ରେ ଖାଦ୍ୟ, ପୋଷଣ ଓ ସ୍ଵଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଉକ୍ତ କାର୍ଯ୍ୟକ୍ରମ ରେ ଯେପରି ଆମ ଅଂଚଳ ଋତୁକଲିନ ଦେଶୀ ଖାଦ୍ୟ ପ୍ରତି ସମସ୍ତେ ଗୁରୁତ୍ୱ ଦେବେ ସେ ବିଷୟରେ ସମସ୍ତ ସୟଂ ସହାୟକ ଗୋଷ୍ଠୀ ଙ୍କୁ ବୁଝାଇବା ସାଙ୍ଗେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟପୀଠ ଏମ ବି କେ ଗୀତାଞ୍ଜଳି ଜେନା ଯାଇ ବିଦ୍ୟାଳୟ ର ସମସ୍ତ ଛାତ୍ରୀ (କିଶୋରୀ ବାଳିକା ) ମାନଂକୁ ପୃଷ୍ଟିକର ଖାଦ୍ୟ. ସ୍ୱଚ୍ଛତା ପରିମଳ ବିଷୟରେ ବୁଝାଇଥିଲେ l ପୁଷ୍ଟିହୀନତା ରକ୍ତ ହୀନତା ଅପପୁଷ୍ଟି ରୋଗରୁ ପଂଚାୟତ ବାସି କିପରି ବଞ୍ଚିତ ନ ହେବେ ତାହାଥିଲା ଉକ୍ତ କାର୍ଯ୍ୟକ୍ରମ ର ଲଖ୍ୟ ଓ ଉଦେଶ୍ୟ l