Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଂକ୍ରାନ୍ତି କାର୍ଯ୍ୟକ୍ରମ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସଂକ୍ରାନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟ ନାରାୟଣ ଚାନ୍ଦ ରାମାୟଣ ପାଠ କରିଥିବା ବେଳେ ବାସୁଦେବ ରଥ ପୂଜାର୍ଚ୍ଚନା କରିଥିଲେ । କୃଷ୍ଣ ଚନ୍ଦ୍ର ପାଢ଼ୀ ପ୍ରବଚନ ଦେଇଥିଲେ। ଯୁଗଳ କିଶୋର ମିଶ୍ର ତବଲା ଓ ଜ୍ଞାନେନ୍ଦ୍ର ତ୍ରିପାଠୀ ହାର୍ମୋନିୟମ୍‌ରେ ସହଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ଡ ପ୍ରଫୁଲ୍ଲ ରଥ , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , କୋଷାଧ୍ୟକ୍ଷ ଦୟାନିଧି ହୋତା , ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡl , ଚମରା ମହାକୁର, ଅକ୍ଷୟ ମିଶ୍ର , ଚମ୍ପେଶ୍ୱର ଦାଶ , ବାସୁଦେବ ପଣ୍ଡା, ଗୋପୀ ମହାକୁର , ଅକ୍ରୂର ଦନ୍ତl , ତ୍ରିନାଥ ମିଶ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ସେଠୀ , ଜୀତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ୪୦ ରୁ ଉର୍ଦ୍ଧ୍ବ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ