ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍ ପି ଙ୍କ ନେତୃତ୍ଵରେ ପୋଲିସ ଟିମ୍ ମାଡି ବସିଲେ ; ଧରିଲେ କlର ସହିତ ବ୍ୟାପକ ପରିମାଣରେ ଗଞ୍ଜେଇ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗାଁ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ସୁବର୍ଣ୍ଣପୁର ଏସ. ପି.ନାରାୟଣ ନାୟକ ଙ୍କ ସହ ପୋଲିସ ଟିମ୍ ମାଡି ବସି କାବୁ କରିନେଇଥିବା ଜଣା ଜାଇଛି l ଶୁକ୍ରବାର ସକାଳ ପ୍ରାୟ ୧୧ଘଣ୍ଟା ସମୟରେ ଏକ ସୁଇପଟ୍ ଡିଜାର
ଗାଡି ନଂ -OD 23R 6165 ରେ ଗଞ୍ଜେଇ ମାଫିଆ ମାନେ ୬୮କେଜି ୮୦୦ଗ୍ରାମ ଗଞ୍ଜେଇ ନେଇ ଖଣ୍ଡହତା ଦେଇ ସମ୍ବଲପୁର ଆଡ଼କୁ ଯାଉଥିଲା, ମାତ୍ର କୌଣସି ସୂତ୍ର ରୁ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାୟକ ଖବରପାଇ ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ l ଗଞ୍ଜେଇ ଚୋରା ଚାଲାଣ ଗାଡ଼ିରେ ଉତ୍ତରପ୍ରଦେଶ ର ୪ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେମହିଳା ସାମିଲ ଥିବା ଜଣାଯାଇଛି l ସେହିପରି ଏହି ଚୋରା ଚାଲାଣ କରୁଥିବା ଗାଡ଼ିକୁ ଏସକଟ ଯୋଗାଇ ଦେଉଥିବା ଏକ i-20 ଚାରିଚକିଆ ଗାଡିକୁ ମଧ୍ୟ ପୋଲିସ୍ ଜବତ କରିଥିଲା l ଏହି ଏସ କଟ ଗାଡ଼ିରେ ବୌଦ୍ଧ ଜିଲ୍ଳାର ୫ ଜଣ ଙ୍କୁ ମଧ୍ୟ ପୋଲିସ୍ ଗିରଫ କରି ବୀରମହାରାଜପୁର ଥାନା ରେ ଏକ ମାମଲା କେଶ୍ ନଂ -୨୧୭/୨୫ ରୁଜୁ କରିଥିବା ଜଣାଯାଇଛି l ଏହି ଚୋରା ଚାଲାଣ ଗଞ୍ଜାଇଗlଡିକୁ ସୁବର୍ଣ୍ଣପୁର ଏସ. ପି ଧରିବାପରେ ସୁବଳୟା ଥାନା ଅଧିକାରୀ , ବିରମହରlଜପୂର୍ ପୋଲିସ ଓ ଏସ ଡି ପି ଓ ହେମନ୍ତ ରାଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣା ପଡ଼ିଛି l ଅଭିଯୁକ୍ତ ମାନଙ୍କୁ ବୀରମହାରାଜପୁର ପୋଲିସ୍ ଷ୍ଟେସନ୍ କୁ ଆଣି ଥାନା ଅଧିକାରୀ ଅବିନାଶ ପଧାନ ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କହଛନ୍ତି l ମାତ୍ର ବୌଦ୍ଧ ଜିଲ୍ଲା ରୁ ପ୍ରତିଦିନ ବୀରମହାରାଜପୁର, ସୁବଳୟା, ଦେଇ ବାହାର ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ କୁ ଗଞ୍ଜେଇ ଚାଲାଣ ହେଉଥିବା ବାରଂବାର ଅଭିଯୋଗ ଓ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଥିଲା, ମାତ୍ର ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ନୀରବତା ଯୋଗୁଁ ଆଜି ଜଣେ ଦକ୍ଷ ପୋଲିସ ପ୍ରଶାସକ ଭାବେ ସୁବର୍ଣ୍ଣପୁର ଏସ. ପି. ନିଜର ଦକ୍ଷତା କୁ ଦେଖାଇ ଚୋରା ଚାଲାଣ କରୁଥିବା ଗଂଜେଇ ଗାଡି ଓ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି l ଏହି ଭଳି ପଦକ୍ଷେପ ନେଏଇଥିବା ଏସ ପି ଙ୍କୁ ଅଂଚଳର ବୁଦ୍ଧିଜୀବୀ ଓ ଜନ ସାଧାରଣ ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ଯୋର ଧରିଛି l