ତରଭା ର ବରିଷ୍ଠ ନାଗରିକ ଙ୍କ ବିୟୋଗରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଶୋକସଭା

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଆଜି ଅନୁଷ୍ଠିତ ହୋଇ ଯାଇଛି। ତରଭାର ବରିଷ୍ଠ ନାଗରିକ ବିଚିତ୍ର ସାହୁ, ତାଙ୍କ ସହଧର୍ମିଣୀ କବିତା ସାହୁ ଏବଂ ଯୋଗୀନ୍ଦ୍ର ମଟାରୀଙ୍କ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଅକାଳ ମୃତ୍ୟୁ ହୋଇଥିବାରୁ ଶନିବାର ସକାଳ ୧୧-୦୦ ଘଣ୍ଟା ସମୟରେ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଶୋକସଭା କରାଯାଇ ତାଙ୍କର ସ୍ମୃତି ଚାରଣ କରାଯିବା ସହିତ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ଠାରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ , କୋଷାଧ୍ୟକ୍ଷ ଦୟାନିଧି ହୋତା , ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ପାଢ଼ୀ , ଗୋପୀନାଥ ମହାକୁର , ଭୂଷଣ ପାତ୍ର , ନାରାୟଣ ନାୟକ , ଧୀରେନ୍ଦ୍ର ବାଘ , ସତ୍ୟ ନାରାୟଣ ନାୟକ , ଜୀତେନ୍ଦ୍ର ପ୍ରଧାନ , ବଳରାମ କାଣ୍ଡ , କୃଷ୍ଣଚନ୍ଦ୍ର ମଲ୍ଲିକ, ତ୍ରିନାଥ ମିଶ୍ର , କୁଞ୍ଜଵନ ମେହେର, ଦିଲ୍ଲିପ ତ୍ରିପାଠୀ , ଅକ୍ଷୟ ମିଶ୍ର , ଶ୍ୟାମ ସୁନ୍ଦର ସେଠୀ , ଦିଲ୍ଲିପ ମିଶ୍ର , ଚମରା ମହାକୁର , ବାସୁଦେବ ପଣ୍ଡା , ଚମ୍ପେଶ୍ବର ଦାଶ , ସୁରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।