Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ପଧାନ ପାଲି ନୃସିଂହ ଖମନ ମଠ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମପଞ୍ଚାୟତର ପଧାନପାଲି ଗ୍ରାମରୁ ଜୟପୁର ରାସ୍ତାରେ ଯିବା ବେଳେ ଡାହାଣ ପାର୍ଶ୍ୱରେ ନୃସିଂହ ଖମନ ପୀଠ ପଡେ । ସବୁଜ ଜଙ୍ଗଲ ରେ ପରିପୂର୍ଣ ଚାରି ଆଡେ ବିଶାଳ ବୃକ୍ଷ ନୃସିଂହ ଭଗବାନ ହିରଣ୍ୟ କସ୍ୟପକୁ ବିଦାରଣ କରି ଏ ପୀଠ ରେ ନୃସିଂହ ରୂପ ରେ ଦିବ୍ୟ ମାନ l ଏ ପୀଠ ନାମ ନୃସିଂହ ଖମନ ବୋଲି ଲୋକେ ମତ ପ୍ରକାଶ କରନ୍ତି। ବିରାଟ ପଥର ଚଟାଣ ଉପରେ ପ୍ରଭୁ ନୃସିଂହ ଭଗବାନ ପୂଜା ପାଆନ୍ତି । ପଥର ଚଟାଣ ରେ ବିରାଟ ପାଣି କୁଣ୍ଡ ଅଛି l ଅଲୌକିକଦୈବୀ ଶକ୍ତି ଅଛି। ଯିଏ କୁଣ୍ଡକୁ ଅଶୌଚ ହୋଇ ପାଣି କୁ ଆଣି ବାକୁ ଯାଇ ଥାଏ ସାଙ୍ଗେ ସାଙ୍ଗେ ପାଣି ଶୁଖି ଯାଇ ଥାଏ।ପୁଣି ପର ଦିନ କୁଣ୍ଡ ରେ ପାଣି ଭରି ଥାଏ।ଏଠାରେ ପୂଜା ପାଉ ଛନ୍ତି।ବନଦୁର୍ଗା,ହନୁମାନ,ଶିବ , ଗୁପ୍ତଗଙ୍ଗl ,ଗୁପ୍ତ ଗଙ୍ଗା ରୁ ଆପେଆପେ କ୍ଷୀରସ୍ରୋତ ଝରି ପଡେ।ଅନେକ ଭକ୍ତ ସମାଗମ ହେଲେ। ହରି ବୋଲ ହୁଳହୁଳି, ସଂକୀର୍ତ୍ତନ,ଘଣ୍ଟ,ଶଙ୍ଖ ଧ୍ୱନିରେ ଗୁପ୍ତଗଙ୍ଗା, ରୁ ଝରି ପଡେ।ଆପେ ଆପେ କ୍ଷୀର ସ୍ରୋତ । ପ୍ରତ୍ୟେକ ମାସ ରେ ନବମୀ ତିଥିରେ ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରତ୍ୟେକ ମାସ ର ସଂକ୍ରାନ୍ତି ରେ ଭାଗବତ, ପୁରାଣ ପଠନ ହୋଇଥାଏ। ଦୂର ଦୁରାନ୍ତରରୁ ଭକ୍ତ ମାନେ ଆସିଥାନ୍ତି। ପ୍ରତ୍ୟେକ ବର୍ଷ କାର୍ତ୍ତିକ ଶୁକ୍ଲପକ୍ଷ ପତିପ୍ରଦା ତିଥିରେ ଗିରି ଗୋବର୍ଦ୍ଧନ ପୂଜାସହ ଅଷ୍ଟ ପ୍ରହରୀନାମ ଯଜ୍ଞ ଅନୁଷ୍ଠିତ ହୋଇ ଥାଏ । କୌଣସି ଇଲେକ୍ଟ୍ରି ର ସୁବିଧା ନଥିବାରୁ ବହୁ ସମ୍ମୁଖୀନ ହେଉଛନ୍ତି। ଏ ପୀଠ କୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ପିଇବା ପାଣିର ମଧ୍ୟ୍ୟ ସୁବିଧା ନାହଁ କି ରାସ୍ତା ଟିଏ ନାହିଁ । ଖୁବଶୀଘ୍ର ଏଥି ପ୍ରତି ପାଇଁ ଦୃଷ୍ଟି ଦେବାକୁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ