Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହାବିଦ୍ୟାଳୟ ରେ ଆଞ୍ଚଳିକ ସାହିତ୍ୟ ଉତ୍ସବ

ବୀରମହାରାଜପୁର : ଜୀବନର ଶ୍ରେଷ୍ଠ ଭାବନାର ପରିପ୍ରକାଶ ହେଉଛି ସାହିତ୍ୟ। ସମାଜର ଦର୍ପଣ ହେଉଛି ସାହିତ୍ୟ । ସାହିତ୍ୟ ଜୀବନଦର୍ଶନ ଶିଖାଏ । ଜୀବନକୁ ଆଲୋକିତ କରେ ସାହିତ୍ୟ । ସେହିପରି ଏକ ଜାତିର ପରିଚୟ ହେଉଛି ଭାଷା। ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ। ସାହିତ୍ୟ, ସମାଜ ଓ ସଂସ୍କୃତି ନଥିଲେ ଜୀବନ ନିରର୍ଥକ। ରବିବାର କଳ୍ପନା ସାହିତ୍ୟ, ସଂସ୍କୃତି ଓ ସାମାଜିକ ପରିଷଦ, କଟକର ସୁବର୍ଣ୍ଣପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ବୀରମହାରାଜପୁର ମହାବିଦ୍ୟାଳୟର କନଫରେନ୍ସ ହଲ୍ ପରିସରରେ ଆଞ୍ଚଳିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳ୍ପନା ସାହିତ୍ୟ, ସଂସ୍କୃତି ଓ ସାମାଜିକ ପରିଷଦର ସାଧାରଣ ସମ୍ପାଦକ ଡ. ଗୋପାଳଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ପ୍ରଧ୍ୟାପକ ତଥା ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ଯାମିନୀ ଦାଶ ମୁଖ୍ୟବକ୍ତା, ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ, ବିନିକାର ଅଧ୍ୟକ୍ଷ ଡ. ଧୀରେନ୍ଦ୍ର କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସାହିତ୍ୟ ଉତ୍ସବର ପ୍ରଥମ ଭାଗରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବା ସହିତ ସାହିତ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ସୁଧୀର କୁମାର ବିଶ୍ଵାଳଙ୍କୁ କଳ୍ପନା ସାମ୍ବାଦିକ ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଯୁଗଳ କିଶୋର ମିଶ୍ର ଓ ରାଧାକାନ୍ତ ବାଘଙ୍କୁ କଳ୍ପନା ସାମ୍ବାଦିକ ସୈାରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିନୋଦ କୁମାର ପାଣ୍ଡେଙ୍କୁ କଳ୍ପନା ସାମ୍ବାଦିକ ଭାସ୍କର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ବର୍ଣ୍ଣପ୍ରଭା ମହାପାତ୍ର, ଲକ୍ଷ୍ମୀନାରାୟଣ ସାହୁ ଓ ଯାମିନୀ ଦାଶଙ୍କୁ କଳ୍ପନା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଶୁଭ୍ରାଂଶୁ ଶେଖର ପାଢୀଙ୍କୁ କଳ୍ପନା ଭାଷା ଗଙ୍ଗୋତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲl । ଡ. ହିମାଂଶୁ ଶେଖର ପାଢୀ , ଲଲିତା ନାୟକ ଓ ମନୋଜ ମଞ୍ଜରୀ ଦେଓଙ୍କୁ କଳ୍ପନା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଧ୍ୟାପିକା ଡ. ବନ୍ଦିତା ବିଶ୍ବାଳ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଞ୍ଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଭାଗରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ