Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରୁ ଫେରି ପୁଣି ଚଳାଉଥିଲେ ସେକ୍ସ ରାକେଟ; ରାଣୀ ମହୁମାଛି ସହ ଦଲାଲ ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ କରିଛି ପୋଲିସ। ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀକୁ ଉଦ୍ଧାର କରିଛି ପୋଲିସ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।

ରାଣୀ ମହୁମାଛି ସମେତ ୨ ଜଣ ଗ୍ରାହକ ଏବଂ ୩ ଜଣ ଦଲାଲ ମଧ୍ୟ ଗିରଫ ହୋଇଛନ୍ତି। ଦୁଇ ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଞ୍ଚଳର ବୋଲି ଜଣାପଡିଛି। ଚଢାଉ ସମୟରେ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ସୂଚନା ମୁତାବକ, କେନ୍ଦୁଝର ଟାଉନ ଥାନା ଗୋବିନ୍ଦପୁର ଅଞ୍ଚଳରେ ବନରାଣୀ ୩ ମହଲା କୋଠା କରି ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର ଏବଂ ଝାଡଖଣ୍ଡରୁ ଯୁବତୀମାନଙ୍କୁ ଆଣି ରାକେଟ ଚଲାଉଥିଲେ। ଚଢ଼ାଉ ବେଳେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଯୁବକଙ୍କ ମଧ୍ୟରୁ ଜଣେ ଗ୍ରାହକ ନରଣପୁର ଅଞ୍ଚଳର ଅଭିଷେକ ବେହେରା ଅନ୍ୟ ଜଣେ ତୁରୁମୁଙ୍ଗା ଥାନା ଅଞ୍ଚଳର ପଙ୍କଜ କୁମାର ନାୟକ ରହିଛନ୍ତି।

ପୁଲିସ ବୟାନ ଦେଇଛି ଯେ, ସେକ୍ସ ରାକେଟ ପରିଚାଳନାରେ ବନରାଣୀଙ୍କୁ ଯୁବତୀ ଯୋଗାଉଥିବା ତୁରୁମୁଙ୍ଗା ଅଞ୍ଚଳର ନାରାୟଣ ମହାପାତ୍ର, ଯୋଡ଼ା ଅଞ୍ଚଳର ଫିରୋଜ ମହମ୍ମଦ ଏବଂ ମନୋଜ ବାରିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ମୁଖ୍ୟ ଅପରାଧି ରାଣୀ କିଛି ଦିନ ପୂର୍ବରୁ ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ରହି ଧରାପଡି ଜେଲ ଯାଇଥିଲା ଏବଂ ଜେଲରୁ ଫେରି ପୁଣିଥରେ ରାକେଟ୍ ଆରମ୍ଭ କରିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ