Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଖମାର ମା ଶ୍ୟାମାକାଳୀ ପୂଜା ଅବସରରେ ତ୍ରିପୁରା ସୁର ଦରବାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ରେ ମା ଶ୍ୟାମାକାଳୀ ପୂଜା କମିଟି ଦ୍ୱାରା ୧୩ତମ ମା ଶ୍ୟାମାକାଳୀ ପୂଜାନୋତ୍ସବ ଅବସର ରେ ତ୍ରିପୁରାଶୁର ରାଜ ଦରବାର ଆରମ୍ଭ ହୋଇଛି l କମିଟି ର ସଭାପତି ଗୌରୀଶଙ୍କର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଶୁଭାରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ବଡଖମାର ଶ୍ରୀ ଶ୍ରୀ ଶ୍ରୀ ଶ୍ୟାମାସୁନ୍ଦର କୁଞ୍ଜକୁଟୀର ବରାହ ମଠର ମହନ୍ତ ଶ୍ରୀ ସଦାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥିଭାବେ, ଚନ୍ଦଳୀ ମଠର ମଠଧୀସ ସଂଗ୍ରାମ ଦାସ, ମୁରଶୁଣ୍ଢୀ ମଠର ମଠଧୀଶ ଓ ଖଣ୍ଡହତା ସମିତି ସଭ୍ୟ ଶ୍ରୀ ବିନୋବାନନ୍ଦ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ l କମିଟି ସଦସ୍ୟ ଗଦାଧର ବାଦୀ ଓ ଆଶିଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ପରେ ପରେ ତ୍ରିପୁରାସୁର ଦରବାର ରେ ବିଭିନ୍ନ ପ୍ରକାର ର ସଂସ୍କୃତି କ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି l କମିଟି ର ବରିଷ୍ଠ ସଦସ୍ୟ ସୁଧୀର ପାଣିଗ୍ରାହୀ, ସୁବ୍ରତ, ମହାଦେବ, ଜଗଦୀଶ, ବାବୁ, ବିନାୟକ, ଅଶ୍ଵିନି , କୁଶ ପ୍ରମୁଖ ସହଯୋଗ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories