ଯୁଧିଷ୍ଟିରପୁର ଗ୍ରାମ ଅନନ୍ତ ରାମ ପଧାନ ଙ୍କ ନିଖୋଜ ଏତଲା ପରେ ପୋଲିସ ର ନିଷ୍କ୍ରିୟତା ଯୋଗୁଁ ଏସ୍ ଡି ପି ଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ମହିଳା

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଯୁଧିଷ୍ଟିରପୁର ଗ୍ରାମର ଅନନ୍ତ ପଧାନ ଗତ ତା ୧୬ ଦିନ ବେଳାକୁ ଖାଇସାରି ଘରୁ କୁଆଡେ ଚାଲି ଯାଇଥିବା ତାଙ୍କ ସ୍ତ୍ରୀ ପିଙ୍କି ପଧାନ ସୁବଳୟା ଥାନାରେ ଅଭିଯୋଗ କରିଛନ୍ତି l ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଗୁରୁବାର ଵେଲା ରୁ ଖାଇ ସାରି ଦିନ ପ୍ରାୟ ୨ଟା ସମୟରେ କୁଆଡେ ଚାଲି ଯାଇଥିବା କହିଛନ୍ତି l ଫଳରେ ସେ ତାଙ୍କ ସ୍ବାମୀଙ୍କୁ ବହୁତ ଖୋଜାଖୁଜୀ କରି ତାଙ୍କର ଖୋଜ ଖବର ନ ପାଇବାରୁ ଶେଷରେ ଗା ଲୋକଙ୍କୁ ଜଣାଇ ସେମାନଙ୍କ ସହ ସୁବଳୟା ଥାନାରେ ଅଭିଯୋଗ କରିଥିଲେ l ମାତ୍ର ସୁବଳୟା ପୋଲିସ୍ ତାଙ୍କ କଥା ନ ଶୁଣିବାରୁ ମଙ୍ଗଳବାର ବାଧ୍ୟ ହୋଇ ନିଖୋଜ ଙ୍କ ସ୍ତ୍ରୀ ପିଙ୍କି ପଧାନ ଙ୍କ ସହ ଶତାଧିକ ଗ୍ରାମର ମହିଳା ଓ ପୁରୁଷ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି l ତାଙ୍କର ଗୋଟିଏ ଜିଦ୍ ଯେ ପିଙ୍କି ପଧାନ ଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ପଧାନ ଙ୍କୁ ପୋଲିସ ଖୋଜି ନ ଆଣିଲା ପର୍ଯ୍ୟନ୍ତ ସେମାନେ ନଖାଇ ନପିଇ ଧାରଣାରେ ବସିଥିବେ l ଆହୁରି ମଧ୍ୟ ନିଖୋଜ ଅନନ୍ତରାମ ପଧାନ ଙ୍କ ସ୍ତ୍ରୀ କହିଛନ୍ତି ଯେ ବୀରମହାରାଜପୁର ଓ ସୁବଳୟା ପୋଲିସ ଯଦି ତାଙ୍କ ସ୍ଵାମୀ ଙ୍କୁ ଖୋଜି ତାଙ୍କ ହାତରେ ନ ଦିଅନ୍ତି ତା ହେଲେ ସେ ତାଙ୍କ ପୁଅ ଝିଅ ଙ୍କ ସହ ଥାନା ଆଗରେ ଜିବନ ହlରିଦେବେ l ଫଳରେ ପୋଲିସ ର ମୁଣ୍ଡ ବ୍ୟଥା ହୋଇପଡିଛି l ବୀରମହାରାଜପୁର ପୋଲିସ୍ ତୁରନ୍ତ ଖୋଜି ଅନ୍ତରାମ ପଧାନ ଙ୍କୁ ବାହାର କରାଯିବ ବୋଲି ପ୍ରତିଶୃତି ଦେବା ରେ ସେମାନେ ଧlରଣlରୁ ଓହରି ଯାଇଥିବା ଜଣlଯାଇଛି l ତେବେ ଏ ବିଷୟରେ ବୀରମହାରାଜପୁର ଏସ ଡି ପି ଓହେମନ୍ତ ରାଓ ଙ୍କୁ ପଚାରିବାରୁ ସେ ଏ ପର୍ଯ୍ୟନ୍ତ କିଛି ଖବର ମିଳିନାହିଁ, ବାକି ଆମ ତରଫରୁ ତଦନ୍ତ ଚାଲିଛି କହିଥିଲେ l