Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାରିଫ ଉପରେ ଟାରିଫ! ; ଭାରତ ପରେ ଏବେ ଚୀନ ଉପରେ ଲାଗିଲା ଆମେରିକାର ଶୁଳ୍କ

ନୂଆଦିଲ୍ଲୀ: ଭାରତ ପରେ ଏବେ ଚୀନ ଉପରେ ଲାଗିଛି ଟାରିଫ। କୌଣସି ଛୋଟ ମୋଟ ଟାରିଫ ନୁହେଁ ବରଂ ୧୫୫% ଟାରିଫ ଲଗାଇଛି ଆମେରିକା। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନଭେମ୍ବର ୧ ତାରିଖରୁ ୧୫୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚାଇନା ବହୁ ବର୍ଷ ଧରି ଏକତରଫା ଭାବରେ ଆମେରିକା ସହ କାରବାର କରି ଆସୁଛି, ଯାହା ଆମେରିକା ପାଇଁ କ୍ଷତିକାରକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତି ନିଆଯାଇଛି।

ଟ୍ରମ୍ପ ସୂଚନା ଦେଇ କହିଛନ୍ତି ଯେ, ଚାଇନା ଉପରେ ଏତେ ପରିମାଣର ଟାରିଫ ଲଗାଇବା ଏତେ ସହଜ ନଥିଲା ଏବେ ଚାଇନା ମଧ୍ୟ ଏତେ ପରିମାଣର ଟାରିଫ ସହଜରେ ସହ୍ୟ କରିପାରିବ ନାହିଁ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ଚାଇନା ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଚାଇନାର ପୂର୍ବ ବ୍ୟବସାୟ କରିବାର କାର୍ଯ୍ୟକଳାପର ପ୍ରଣାଳୀରେ କେହି ହସ୍ତକ୍ଷେପ କରିପାରୁନଥିଲେ ଓ କେହି ପ୍ରଶ୍ନ ମଧ୍ୟ ଉଠାଉନଥିଲେ। ଯେହେତୁ ଆମେରିକାର ପୂର୍ବ ରାଷ୍ଟ୍ରପତିମାନେ ଏତେ ଆଗୁଆ ନଥିଲେ ଏବଂ ବ୍ୟବସାୟ ଦ୍ରୁଷ୍ଟିକୋଣରରୁ ସେମାନେ ଏତେ ସ୍ମାର୍ଟ ନଥିଲେ। ତେଣୁ ଚାଇନା ପାଇଁ ଆମେରିକାରେ ବ୍ୟବସାୟ ଅତି ସହଜ ଏବଂ ସୁବିଧାଜନକ ଥିଲା। ଯାହା ଆମେରିକା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା।

ତେବେ ଆସନ୍ତା ନଭେମ୍ବର ୧ ତାରିଖରୁ ଏହି ଟାରିଫ ଲାଗୁ ହେବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏଥିସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଲାଗୁ ହେବ ବୋଲି ମଧ୍ୟ ସେ ଜଣାଇଛନ୍ତି।

ଏହି ଟାରିଫର ପ୍ରକ୍ରିୟା ପ୍ରାୟ ଦୀର୍ଘଦିନ ଧରି ଚାଲିଆସୁଛି। ସୂଚନା ଅନୁଯାୟୀ, ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ଋଷରୁ ତେଲ ଆମଦାନୀ କରୁଥିବା ଦେଶମାନଙ୍କ ବିରୋଧରେ ଆମେରିକାର ଏକ ବଡ଼ ‘ଦ୍ୱିତୀୟ ଶୁଳ୍କ ରଣନୀତି’ ଭାବରେ ଦେଖାଯାଉଛି। ଏହି କାରଣରୁ ଭାରତ ଉପରେ ମଧ୍ୟ ୫୦% ଶୁଳ୍କ ଲଗାଯାଇଥିଲା। ପରେ ଏବେ ଚାଇନା ଏହି ଟାରିଫର ଶିକାର ହୋଇଛି | ରୁଷ ସାରା ବିଶ୍ୱ ମଧ୍ୟରେ ଏକ ବଡ ତୈଳ ରପ୍ତାନୀକାରୀ ଦେଶ ଅଟେ। ରୁଷ ଠାରୁ ବହୁତ ଦେଶ ତୈଳ କିଣନ୍ତି। ସେଥିମଧ୍ୟରୁ ଚାଇନା ମଧ୍ୟ ଏକ ବଡ ରପ୍ତାନୀକାରୀ ଦେଶ। ଯିଏ କି ତାର ସମସ୍ତ ଆବଶ୍ୟକ ତୈଳ ଏବଂ ଗ୍ୟାସ ରୁଷ ଠାରୁ ନେଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ