ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ, ଗିରଫ ଅଭିଯୁକ୍ତ ହେଲେ; ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ ଏବଂ ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ
ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଗତ ରାତିରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇନେଇଥିଲା, ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ମାମଲାରେ ଦୁଇ ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ। ଏହା ସହ ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଜଣେ କର୍ପୋରେଟର ମଧ୍ୟ ଅଟକ ରଖି ପଚରା ଉଚରା କରୁଥିଲା ପୋଲିସ। କୁହାଯାଉଛି ଏହି କର୍ପୋରେଟର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ, ଗିରଫ ଅଭିଯୁକ୍ତ ହେଲେ; ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ ଏବଂ ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇଙ୍କ ଗିରଫ ପରେ ଖୁବ ଶୀଘ୍ର ପ୍ରକୃତ ହତ୍ୟାକାରୀ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି |