Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାକ୍ଷସ ସାଜିଲା ପୁଅ, ବାପା ଓ ମାଙ୍କୁ ଭୁଜାଲିରେ ହାଣିଦେଲା

ଚାନ୍ଦବାଲି: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ବାପା ଓ ମା ଉଭୟ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ସେହି ଗ୍ରାମର ମନୋଜ ନାୟକ ପାରିବାରିକ କଳହ କାରଣରୁ ନିଜର ବୃଦ୍ଧ ପିତା ମଧୁସୂଦନ ନାୟକ ଓ ମାତା ମାଧୁରୀ ନାୟକଙ୍କୁ ଗତକାଲି ସନ୍ଧ୍ୟା ସମୟରେ ଆକ୍ରମଣ କରିଥିଲା। ପରେ ଫେରାର ହୋଇ ଯାଇଛି।

ସୂଚନା ଅନୁସାରେ ଗତକାଲି ରାତିରେ ମନୋଜ ଏବଂ ବାପା ମାଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା ଏବଂ ମନୋଜ ରାଗରେ ଭୁଜାଲି ଆଣି ବାପା ଓ ମାଙ୍କୁ ହାଣିଦେଇଥିଲେ।

ଘଟଣାସ୍ଥଳରେ ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନାକୁ ନେଇଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଅ ଓ ବୋହୂ ଫେରାର ରହିଥିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ