Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ନାହାନ୍ତି ଋଷଭ ଟଣ୍ଡନ, ହୃତଘାତରେ ଚାଲିଗଲା ଜୀବନ

ମୁମ୍ବାଇ: ହୃତଘାତରେ ଚାଲିଗଲା ରିଷଭ ଟଣ୍ଡନଙ୍କ ଜୀବନ । ଯିଏ କି ସିଙ୍ଗର ଏବଂ ଆକ୍ଟର ଭାବେ ଖୁବ୍ ପରିଚିତ । ସେ ‘ଫକୀର’ ଭାବେ ଖୁବ୍ ଜଣାଶୁଣା । ଗତକାଲି ହଠାତ୍ ହୃତଘାତ ହେବାରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଏହାରି ମଧ୍ୟରେ ଏହି ଦୁଃଖଦ ଖବରକୁ ପାପାରାଜି ଭିରାଲ ଭୟାନି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଭାଇରଲ ହେବା ପରେ ସମସ୍ତଙ୍କୁ ବଡ଼ ଝଟକା ଦେଇଛି ।

ରିଷଭ ଟଣ୍ଡନ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ । ହୃତଘାତରେ ହଠାତ୍ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବୋଲି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି । ଏହି ଦୁଃଖଦ ଖବର ଭାଇରଲ ହେବା ପରେ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ରିଷଭଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯେଉଁ ଖବର ଖୁବ୍ ଜୋରରେ ପ୍ରଚାର ହେବାରେ ଲାଗିଛି । ତାଙ୍କର ଅକାଳ ବିୟୋଗରେ ଫିଲ୍ମ ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ମର୍ମାହତ ହୋଇପଡିଛି । ତାଙ୍କ ସ୍ତ୍ରୀଙ୍କ ଜନ୍ମୋତ୍ସବ ପାଳନ ତାଙ୍କ ସୋସିଆଲ ମିଡିଆର ଶେଷ ପୋଷ୍ଟ ଥିଲା । ଯାହାକୁ ତାଙ୍କ ସ୍ତ୍ରୀ ଅପଲୋଡ୍ କରିଥିଲେ ।

ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ ଏକା ସାଙ୍ଗରେ ଜଣେ ସିଙ୍ଗର, ସଙ୍ଗୀତକାର ଏବଂ ଅଭିନେତା । ରିଷଭ ତାଙ୍କ ଘରେ ଥିବା ପଳିତ ପଶୁଙ୍କର ଖୁବ୍ ନିକଟତର ଥିଲେ । ସେ ତାଙ୍କ ଘରେ ଅନେକ ବିଲେଇ, କୁକୁର ଏବଂ ଅନ୍ୟାନ୍ୟ ପକ୍ଷୀ ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଅନେକ ଗୀତ ରିଲିଜ୍ ହୋଇନାହିଁ । ସମସ୍ତ ଗୀତ ମଧ୍ୟରୁ ‘‘ଫକୀର’’ ହେଉଛି ଅନ୍ୟତମ । ତାଙ୍କର ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ “ୟେ ଆଶିକି,” “ଚାନ୍ଦ ତୁ,” “ଧୂ ଧୂ କର କେ,” ଏବଂ “ଫକୀର କି ଜୁବାନୀ ସାମିଲ ରହିଛି ।

ତାଙ୍କ ବିୟୋଗରେ ପରିବା ସଦସ୍ୟ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ