ରିଲ୍ସ କରିବା ସମୟରେ ଟ୍ରେନ ଧକ୍କାରେ,ପୁରୀ ମଙ୍ଗଳାଘାଟର ନାବାଳାକ ମୃତ

ପୁରୀ: ସେଲ୍ଫି ପରେ ଏବେ ଘାରିଛି ରିଲ୍ସ ନିଶା। ଅନେକଙ୍କ ନେଉଛି ଜୀବନ। ପିଲାଠୁ ବଡ ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ । ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଦ୍ରୁତ ବେଗରେ ଆସି ଧକ୍କା ଦେଲା ଟ୍ରେନ। ଟ୍ରେନ ଧକ୍କାରେ ନାବାଳକଙ୍କ ମୁଣ୍ଡରେ ମାଡ଼ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ସୁଟିଂ କରୁଥିଲେ।
ସୂଚନା ଅନୁସାରେ, ମା ଦକ୍ଷୀଣକାଳୀଙ୍କ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି। ମୃତ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ ବୋଲି ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ବିଶ୍ୱଜିତ ସବୁବେଳେ ରିଲ୍ପ କରୁଥାଏ ବୋଲି ପଡ଼ୋଶୀ କହିଛନ୍ତି।