ବରିଷ୍ଠ ନାଗରିକ ଅକ୍ଷୟ ମିଶ୍ର ଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଶୋକ ସଭା ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ବରିଷ୍ଠ ନାଗରିକ ଅକ୍ଷୟ ମିଶ୍ରଙ୍କ ଗତ ୨୦ ତାରିଖ ସୋମବାର ଦିନ ନିଜ ଗାଁ ବାଗବର ଠାରେ ବିୟୋଗ ଘଟିବାରୁ ବୁଧବାର ସକାଳ ୧୧-୦୦ ଘଣ୍ଟା ସମୟରେ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଶୋକସଭା କରାଯାଇ ତାଙ୍କର ସ୍ମୃତି ଚାରଣ କରାଯିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ଠାରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତିଙ୍କ ସମେତ ସଦସ୍ୟ କୃଷ୍ଣ ଚନ୍ଦ୍ର ପାଢ଼ୀ , ଭୂଷଣ କୁମାର ପାତ୍ର , ଦୟାନିଧି ହୋତା ପ୍ରମୁଖ ସ୍ବର୍ଗତ ମିଶ୍ରଙ୍କୁ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ , ଦ୍ବିତୀକୃଷ୍ଣ ପଣ୍ଡା , ଗୋପୀନାଥ ମହାକୁର , ଚମରା ମହାକୁର , ନାରାୟଣ ପ୍ରସାଦ ନାୟକ , ଜୀତେନ୍ଦ୍ର ପ୍ରଧାନ , ଅକ୍ଷୟ ମିଶ୍ର ,ଶ୍ୟାମ ସୁନ୍ଦର ସେଠୀ , ସୁରେଶ ପଣ୍ଡା , ବାସୁଦେବ ପଣ୍ଡା , ଅକ୍ରୂର ଦନ୍ତା , ବାସୁଦେବ ରଥ , ସୁରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ĺ