Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ସ୍ଥିତ ହନୁମାନ ଛକ ରେ ତୁଳସୀ ରାମାୟଣ ସୁନ୍ଦର କାଣ୍ଡ ପାରାୟଣ ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ହନୁମାନ ଛକ ଠାରେ ଶୁଭ ଦୀପାବଳୀ ଅବସରରେ କୋଟସମଲାଇ ଗ୍ରାମବାସୀଙ୍କ ତତ୍ବାବଧାନରେ ବୁଧବାର ଏକଦୀବସୀୟ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୮ଟାରେ ପୂଜାର୍ଚ୍ଚନା , ଦିନ ୧୧ଟାରୁ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଆରମ୍ଭ,ଅପରାହ୍ନ ୩ଟାରୁ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଶୁଭ ଦୀପାବଳୀ ଅବସରରେ ଏଠାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ମହାସମାରୋହରେ ଅନୁଷ୍ଠିତ ହେଉଅଛି ।ଏଠାରେ ପୂଜକ ଭାବେ ସତ୍ୟ ପୁରୋହିତ କାର୍ଯ୍ୟ ତୁଳାଇଥିଲେ । ବ୍ୟାସ ଭାବରେ ଜ୍ୟୋସ୍ନାମୟୀ ଦିକ୍ଷୀତ ଓ ସହଯୋଗୀ ଗାୟିକା ଭାବେ ବର୍ଷାରାଣୀ ବହିଦାର ଓ ରୁବି ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ।ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ହେବା ସହ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଟସମଲାଇ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories