Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୨ରେ ପ୍ରବେଶ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦,୫୭୬ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷରେ ବୁଧବାର ଯୁକ୍ତ ୨ରେ ପ୍ରବେଶ ପାଇଁ ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ତୃତୀୟ ପର୍ଯ୍ୟାୟ ଚୟନ ରିପୋର୍ଟ ପ୍ରକାଶ କରାଯାଇଛି।

ତେବେ ଏଥିରେ ୧୦,୫୭୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ନେଇ ସୂଚନା ମିଳିଛି। ଏଥିମଧ୍ୟରୁ ୫,୩୬୯ ଛାତ୍ର ଥିବାବେଳେ ୫,୨୦୭ ଛାତ୍ରୀ ଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୮,୫୮୭ ଜଣ ନୂତନ ଆବେଦନକାରୀ ଥିଲେ। ଯେଉଁମାନେ ପୂର୍ବ ପର୍ଯ୍ୟାୟରେ ଅଂଶଗ୍ରହଣ କରି ନଥିଲେ। ଏହି ପର୍ଯ୍ୟାୟରେ କଳା ଷ୍ଟ୍ରିମ୍ ପାଇଁ ସର୍ବାଧିକ ୬,୫୮୪ ସଂଖ୍ୟକ ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ବିଜ୍ଞାନ ଷ୍ଟ୍ରିମ୍ ୨,୪୩୯ ଜଣଙ୍କୁ ଚୟନ କରାଯାଇଛି। ସେହିପରି ସଂସ୍କୃତରେ ୯୪୬ ଜଣ, ବାଣିଜ୍ୟରେ ୪୧୬ ଏବଂ ଧନ୍ଦାମୂଳକ ଷ୍ଟ୍ରିମରେ ୧୯୧ ଜଣଙ୍କୁ ଚୟନ କରାଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ