Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେନ୍ତୁଳି ମହଦା ସରକାରୀ ଜମି ଉଚ୍ଛେଦ ଦାବିରେ ଗ୍ରାମବାସୀ ଙ୍କ ତହସିଲ କାର୍ଯ୍ଯାଳୟ ଘେରାଉ

ବିରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ତହସିଲ ଅନ୍ତର୍ଗତ ତେନ୍ତୁଳିମହଦl ଗ୍ରାମର ସରକାରୀ ଓ ଗୋଚର୍ ଜମି କୁ କିଛି ଲୋକ ବେଆଇନ୍ ଭାବେ ଜବର୍ ଦଖଲ କରିଥିବାରୁ ଗାଆଁ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମଖୀନ ହେଉଛି l ଗୋଚର ଜମି ଉପରେ କିଛି ଲୋକ ଜବର ଦଖଲ କରିଥିବା ଅଭିଯୋଗ କରିଛନ୍ତି l ଏହି ଜବରଦଖଲ କରିଥିଲା ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ବୁଧବାର ଗାଆଁ ର ପ୍ରାୟ ଶହେ ରୁ ଉର୍ଦ୍ଧ୍ବ ଲୋକ ତହସିଲ ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଲୋଗାନ ଓ ନରା ବାଜି ଦେଇ ଥିଲେ l ସେମାନଙ୍କ ଅଭିଯୋଗ ଏହି ଯେ ତେନ୍ତୁଳିମହଦl ମୌଜା ଗ୍ରାମର ଗୋଚର୍ ଜମି ରେ କିଛି ଅସାମାଜିକ ଲୋକ ଜବରଦଖଲ କରି ଧାନ, ବିରି , କପା ତଥା ଅନ୍ୟାନ୍ୟ ଫସଲ କରିଥିବାରୁ ଗାଆଁ ର ଗୋରୁ ଗାଈ , ଛେଳି ମେଣ୍ଢା ଖାଦ୍ୟପାଇଁ ଚରିବାରେ ଅସୁବିଧାର ସମ୍ମୁଖୀନ ହେଉଛି l ଗାଈ ଗୋରୁଙ୍କ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି l ତେଣୁ ଗାଆଁ ର ଗୋଚର ଜମି କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଏକଜୁଟ ହୋଇ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦlର ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି ଓ ତହସିଲଦାର ଙ୍କୁ ୭ଦିନ ଭିତରେ ଜବରଦଖଲ ଉଚ୍ଛେଦ ନ କଲେ ଆଗମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଳି କହିଥିଲେ l ଫଳରେ ତହସିଲଦାର ତଦନ୍ତ କରାଯିବ, ଯଦି ବେଆଇନ୍ ଭାବେ କେହି ଗୋଚର ଜମି ଜବରଦଖଲ କରିଥିବେ ତାହେଲେ ସରକାରଙ୍କ ନିୟମ ଅନୁଯାୟୀ ଉଛେଦ୍ କରାଯିବ ଏବଂ ନଭେମ୍ବର ୧0 ତାରିଖ ସୁଦ୍ଧା ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ ପ୍ରତଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ମାନେ ତହସିଲ ଘେରାଉ ରୁ ବିରତ ରହିଥିବା ଦେଖିବାକୁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories