Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖସୁଛି ସୁନା ଏବଂ ରୂପା ମୂଲ୍ୟ, ଜାଣନ୍ତୁ କେତେ ରହିଛି…

ନୂଆଦିଲ୍ଲୀ: ଦୀପାବଳି ପର୍ବ ସରିବା ପରେ ବୁଧବାର ସୁନା ଏବଂ ରୂପାର ମୂଲ୍ୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ୨୨ ଅକ୍ଟୋବର ୨୦୨୫ରେ ଭାରତୀୟ ସୁନା ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୨୩,୦୦୦ ଅତିକ୍ରମ କରିଥିଲା।

ତେବେ ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ସୋମବାର ୨୦ ଅକ୍ଟୋବର ସନ୍ଧ୍ୟାରେ ୯୧୬ ଶୁଦ୍ଧତା ଅର୍ଥାତ୍ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୧୬,୯୧୨ ଥିଲା ଯାହା ବୁଧବାର ଦିନ ଅର୍ଥାତ୍ ୨୨ ଅକ୍ଟୋବରରେ ହ୍ରାସ ପାଇ ୧,୧୩,୪୯୯ରେ ପହଞ୍ଚିଥିଲା। ସେହିପରି ରୂପାର ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।ଗତକାଲି ଅର୍ଥାତ୍ ୨୧ ଅକ୍ଟୋବରରେ ଦୀପାବଳି ଥିବାରୁ ସୁନା ବଜାର ମୂଲ୍ୟ ପ୍ରକାଶିତ ହୋଇନଥିଲା। ପୂର୍ବରୁ ୨୦ ଅକ୍ଟୋବରରେ ଅର୍ଥାତ୍ ସୋମବାର ଦିନ ସକାଳ ତୁଳନାରେ ସନ୍ଧ୍ୟାରେ ମୂଲ୍ୟ ବୃଦ୍ଧି ପାଇଥିଲା।IBJA ଦର ଅନୁଯାୟୀ ସୋମବାର ୨୦ ଅକ୍ଟୋବର ରେ ୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ସକାଳେ ୧୨୬୭୩୦ଟଙ୍କା ଥିବା ବେଳେ ସନ୍ଧ୍ୟା ରେ ଏହ ବୃଦ୍ଧି ପାଇ ୧୨୭୬୩୩ ଟଙ୍କା ହୋଇଯାଇଥିଲା।ସେହିପରି ୯୯୯ ଶୁଦ୍ଧତା ବିଶିଷ୍ଟ ରୂପା ଦର ପ୍ରତି ୧୦ ଗ୍ରାମ ପିଛା ସକାଳେ ୧୬୦୧୦୦ ଟଙ୍କା ହୋଇଥିବା ବେଳେ ଏହି ମୂଲ୍ୟ ବୃଦ୍ଧି ପାଇ ସନ୍ଧ୍ୟାରେ ୧୬୩୦୫୦ ଟଙ୍କା ରେ ପହଞ୍ଚିଥିଲା।

ଅପରପକ୍ଷରେ ଇଣ୍ଡିଆ ବୁଲାନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଦ୍ୱାରା ଜାରି କରାଯାଇଥିବା ମୂଲ୍ୟ ସାରା ଦେଶରେ ବୈଧ ହୋଇଥାଏ କିନ୍ତୁ ଏଥିରେ GST ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ ଅଳଙ୍କାର କିଣିବା ସମୟରେ ଟିକସ ଯୋଗୁଁ ସୁନା କିମ୍ବା ରୂପାର ମୂଲ୍ୟ ଅଧିକ ହୋଇଥାଏ। ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା IBJA ଦ୍ୱାରା ଘୋଷଣା କରାଯାଇଥିବା ମୂଲ୍ୟ ଶନିବାର, ରବିବାର ଏବଂ କେନ୍ଦ୍ର ସରକାରଙ୍କ ଛୁଟିଦିନରେ ଜାରି କରାଯାଏ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ