ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କ ପରଲୋକ


ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କ ପରଲୋକ ହୋଇଛି । ଆୟୁଷ୍ମାନଙ୍କ ପିତା ପି, ଖୁରାନା ଜଣେ ଜ୍ୟୋତିଷ ଭାବେ ବେଶ୍‌ ପରିଚିତ ଥିଲେ। ଆଜି ‌ଚଣ୍ଡିଗଡରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଆଜି ଉପରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥାନ୍ତେ ଆୟୁଷ୍ମାନ। ଆଜି ଦିନରେ ହିଁ ତାଙ୍କ ବାପା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାହା ଅତ୍ୟନ୍ତ ଦୁଃଖର ବିଷୟ। ସେ କେବଳ ତାଙ୍କ ପିତାଙ୍କ ନିର୍ଦ୍ଦେଶରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ତାଙ୍କ ପିତା ତାଙ୍କୁ କହିଥିଲେ ଯେ ନାମ ପରିବର୍ତ୍ତନ କରିବା ତାଙ୍କ କ୍ୟାରିୟର ପାଇଁ ଲାଭଦାୟକ ହେବ।

ଜ୍ୟୋତିଷ ଶାସ୍ତ୍ରରେ ପଣ୍ଡିତ ପି ଖୁରାନା ବହୁତ ପ୍ରସିଦ୍ଧ ଥିଲେ। ସେ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଜ୍ଞାନ ଯୋଗୁଁ ସେ ବହୁତ ସମ୍ମାନ ପାଇଥିଲେ।