Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ କହୁଛି ସୌଭିକଙ୍କ ରାବଣ ଉପାଖ୍ୟାନ…

ଭୁବନେଶ୍ବର: ବିଜେଡି ଦଳରେ ଚାଲିଛି ଘରୋଇ ଝଗଡା। ଏବେ ବାପା ପୁଅ ମଧ୍ୟରେ ଚାଲିଛି ଯୁଦ୍ଧ। ବାପା ପ୍ରଭାତ ବିଶ୍ଵାଳଙ୍କ ଧାରା ଧରିଲେ ବିଧାୟକ ପୁଅ ସୌଭକ ବିଶ୍ଵାଳ। ମା କାଳୀ ରାକ୍ଷସ ଦମନ କରିବେ ବୋଲି କହି ଦଳକୁ ମାରିଲେ ତେରଛା ବାଣ । ରାମଙ୍କ କଥା କହିଲେ, ରାମଙ୍କ ଚରିତ୍ର ଅନୁସରଣ କରିବାକୁ ପରାମର୍ଶ ଦେଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ , ସୌଭିକ ବିଶ୍ୱାଳ ଏଠି କାହାକୁ ରାକ୍ଷସ ବୋଲି କହିଛନ୍ତି ? ବିଜେଡି ଭିତରେ ରାବଣ କିଏ ? କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି ବୋଲି କହିଲେ ସୌଭିକ। କେଉଁ ବ୍ୟକ୍ତିବିଶେଷଙ୍କ ବିରୋଧରେ ବିଦ୍ରୋହ କରିବାର ଦେଲେ ଚେତାବନୀ ? ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା ସାଧିଲେ କି ବିଧାୟକ ସୌଭିକ ବିଶ୍ୱାଳ ?

ପୂର୍ବରୁ ହେଲିକ୍ୟାପ୍ଟରରେ ବୁଲିବା ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ବବିଙ୍କୁ ସୌଭିକ କରିଥିଲେ ଟାର୍ଗେଟ । କିଛି ଦିନ ବ୍ୟବଧାନ ପରେ ପୁଣିଥରେ ବିଜେଡିରେ ଆରମ୍ଭ ହୋଇଛି ବୟାନବାଜି । ଦେବାଶିଷ, ରଣେନ୍ଦ୍ର, ଅଶୋକ, ଅରୁଣ, ବଦ୍ରୀ ଓ ଭୁପିନ୍ଦରଙ୍କ ପରେ ସୌଭିକ ଘର କଥା କହି ବିଜେଡିର କ୍ଷମତା କେନ୍ଦ୍ରକୁ କରିଛନ୍ତି ଟାର୍ଗେଟ। ସୌଭିକ କହିଛନ୍ତି ଯେ ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଅସାମାଜିକ ଚିନ୍ତାଧାରାର ବ୍ୟକ୍ତିବିଶେଷଙ୍କୁ କରାଯିବ ଜୋରଦାର ବିରୋଧ। କାଳୀ ପୂଜାରେ ରାକ୍ଷସ ବଦ୍ଧ ହେଲା ଭଳି ବିଜେଡି ଭିତରେ ଥିବା ରାବଣକୁ ବଦ୍ଧ କରାଯିବ ।

ସୌଭିକଙ୍କ ରାବଣ ଉପାଖ୍ୟାନକୁ ଅଧିକ ଖୋରାକ ଯୋଗାଇବାକୁ ଯାଇ ପୁଣି ଥରେ ଶ୍ରୀମୟୀ ସୋସିଆଲ ମିଡିଆରେ ରଖିଛନ୍ତି ରାବଣ ଓ ବିଭୀଷଣର କଥା । କେମିତି ରାବଣ, ବିଭୀଷଣର କଥାକୁ ଗ୍ରହଣ କରିନଥିଲା ଆଉ ନିଜର ଅହଂକାର ଓ ଭୁଲ ନିଷ୍ପତ୍ତି ପାଇଁ ମହାନ ସାମ୍ରାଜ୍ୟର ବିନାଶ ଘଟାଇଥିଲା ତାର ରଖିଛନ୍ତି ଉଦାହରଣ। ମୁଣ୍ଡ ଉପରେ ନୂଆପଡ଼ା ଉପ-ନିର୍ବାଚନ ଥିବାବେଳେ ଦଳ ଭିତରେ ଏଭଳି ବୟାନବାଜି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ