Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ଟିମ୍; ୫୩ ରନରେ ବିଜୟୀ

ନୂଆଦିଲ୍ଲୀ: ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ । ରୋମାଞ୍ଚକର ଲଢ଼େଇରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୫୩ ରନରେ ବିଜୟୀ ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍। ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଓ ପ୍ରତୀକା ରାଓଲ ଶତକ ମାରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟରେ ୩୪୦ ରନ୍ କରିଥିଲା। ବର୍ଷା ବାଧକ ସାଜିବାରୁ ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ଥିଲା ୩୨୫ ରନ୍ । ଜବାବରେ କିୱି ମହିଳା ଦଳ ୮ ୱିକେଟ ହରାଇ ୨୭୧ ରନ୍ କରିପାରିଥିଲା।

ସେପଟେ ଆଡିଲେଡ୍ ଓଭାଲରେ ଦ୍ବିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏଥି ସହିତ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ଜିତିନେଇଛି । ଭାରତ ଦେଇଥିବା ୨୬୫ ରନର ଲକ୍ଷ୍ୟକୁ ୪୬.୨ ଓଭରରେ ୮ ଓ୍ବିକେଟ ହରାଇ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ବିକେଟ ହରାଇ ୨୬୪ ରନ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ କରିଥିବାବେଳେ ଶ୍ରେୟସ୍ ଆୟର ୬୧ ରନ କରିଥିଲେ । ସେହିପରି ଅକ୍ଷର ପଟେଲ ୪୪ ରନ କରିଥିଲେ । ତେବେ ବିରାଟ କୋହଲି ପୁଣି ବିଫଳ ହେବା ସହ ଶୂନରେ ଆଉଟ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ