Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୬ ଆଇପିଏଲରେ ହେବ ବଡ଼ ପରିବର୍ତ୍ତନ! ଗୁଜରାଟ ଛାଡି ଚେନ୍ନାଇ ଯାଇପାରନ୍ତି ସୁନ୍ଦର

୨୦୨୬ ପୂର୍ବରୁ ଆଇପିଏଲ ପାଇଁ ଆରମ୍ଭ ହୋଇସାରିଲାଣି ଜୋରଦାର ପ୍ରସ୍ତୁତି । ଆଇପିଏଲ ମିନି ଅକ୍ସନ ପୂର୍ବରୁ ଏବେ କିଛି ଖେଳାଳିଙ୍କ ଟ୍ରେଡକୁ ନେଇ ଚର୍ଚ୍ଚାରେ ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଜୁରାଟ ଟାଇଟାନ୍ସ (GT) ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ଟ୍ରେଡ୍ କରିବାକୁ ରାଜି ହୋଇଛି।

ଯଦି ଏହି ଟ୍ରେଡ୍ ଚୁକ୍ତି ସଫଳ ହୁଏ ତେବେ ଏହା CSK ପାଇଁ ଏକ ବଡ଼ ସୁଯୋଗ ହେବ । ଯେହେତୁ ଚେନ୍ନାଇର ବରିଷ୍ଠ ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ବର୍ଷ ଆରମ୍ଭରେ IPLରୁ ଅବସର ଘୋଷଣା କରିଛନ୍ତି । ତେଣୁ ସୁନ୍ଦର ଚେନ୍ନାଇ ଆସିଲେ ଦଳ ଆହୁରି ସୁଦୃଢ଼ ହେବ ।

ତାମିଲନାଡୁର ବାସିନ୍ଦା ୱାଶିଂଟନ ସୁନ୍ଦରଙ୍କ ପାଇଁ ଏହି ପଦକ୍ଷେପ ଏକ ପ୍ରକାର ଘରକୁ ବାହୁଡ଼ା ହେବ । ସେ ୨୦୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ସହିତ ତାଙ୍କର IPL କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଗତ ସିଜନରେ ସେ ଗୁଜୁରାଟ ଟାଇଟାନ୍ସ ପାଇଁ ୬ ମ୍ୟାଚ୍ ଖେଳି କେବଳ ୧୩୩ ରନ୍ ଏବଂ ୨ଟି ଓ୍ବିକେଟ୍ ନେଇଥିଲେ । ରିପୋର୍ଟ ଅନୁସାରେ, ଗୁଜୁରାଟ ଦଳ ସୁନ୍ଦରକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରି ନଥିଲା । ଯେଉଁଥିପାଇଁ ଏବେ ସୁନ୍ଦରଙ୍କୁ ଗୁଜରାଟ ଚେନ୍ନାଇ ସହ ଟ୍ରେଡ୍ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ତାମିଲ ନ୍ୟୁଜ୍ ୱେବସାଇଟ୍ ସମୟମର ଏକ ରିପୋର୍ଟ ଅନୁଯାୟୀ, CSK ୱାଶିଂଟନ୍ ସୁନ୍ଦରଙ୍କୁ ୩.୨ କୋଟି ଟଙ୍କାରେ କିଣିପାରେ । ତେବେ ଚେନ୍ନାଇ ଏହି ଟ୍ରେଡ୍ରେ କୌଣସି ଅତିରିକ୍ତ ସର୍ତ୍ତ ରଖିନାହିଁ । ଅର୍ଥାତ ସୁନ୍ଦର ସିଧାସଳଖ ଦଳରେ ଯୋଗ ଦେଇପାରିବେ ।

CSK ପରିଚାଳନା ପୂର୍ବରୁ ଅଶ୍ୱିନଙ୍କ ସ୍ଥାନରେ ସୁନ୍ଦରଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରୁଥିଲେ । ଅଶ୍ୱିନଙ୍କୁ ୯.୭୫ କୋଟିରେ କିଣିଥିଲେ । କିନ୍ତୁ ଗତ ସିଜିନ୍ରେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେ ୯ ମ୍ୟାଚରେ କେବଳ ୩୩ ରନ୍ କରିଥିଲେ ଏବଂ ୭ ୱିକେଟ୍ ନେଇଥିଲେ ।

୨୦୨୫ ସିଜିନ୍ CSK ପାଇଁ ଏକ ନିରାଶାଜନକ ଥିଲା । କାରଣ ଦଳ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲର ଶେଷରେ ଥିଲା । ଫ୍ରାଞ୍ଚାଇଜ୍ ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେଉଛି । ଆଉ ଓ୍ବାଶିଂଟନ ସୁନ୍ଦରଙ୍କ ପ୍ରବେଶ ଏହି ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । ଯଦି ଏହି ଚୁକ୍ତି ବାସ୍ତବ ରୂପ ନିଏ, ତେବେ ସୁନ୍ଦର ଧୋନିଙ୍କ ନେତୃତ୍ୱାଧୀନ ଦଳରେ ସ୍ପିନର ଏବଂ ନିମ୍ନ କ୍ରମର ବ୍ୟାଟସମ୍ୟାନ୍ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ