Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସି ଦାବିରେ ୧୨ ଘଣ୍ଟିଆ ସୁବଳୟା ବନ୍ଦ

ବୀରମହାରାଜପୁର: ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରାସ୍ତା ଘାଟ ଦୋକାନ ବଜାର ସମ୍ପୂର୍ଣ ଠପ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସରକାର କାର୍ଯ୍ୟକାରି କଲେ ନାହିଁ । ଏଣୁ ଜନ ଅସନ୍ତୋଷ ବୃଦ୍ଧିପାଇବା ସହିତ ୧୨ ଘଣ୍ଟା ବନ୍ଦ ପାଳନ କରିଥିଲ ସୁବଳୟା କ୍ରିୟାନୁଷ୍ଠାନ କମିଟି।

ଶୁକ୍ରବାର ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା ବାଦ ଦେବାକୁ ଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟର ଔଷଧ ପରିବହନ ଗାଡିକୁ ଅଟକା ଯାଇଥିଲା। ଏପରିକି ଦୁଇଚକିଆ ଯାନ ମଧ୍ୟ ବନ୍ଦ କରାଯାଇଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ଔଷଧ ଗାଡିକୁ ଛଡା ଯାଇଥିଲା।

ଦେଖିବାକୁ ବାକି ରହିଲା କେବେ ସୁବଳୟା ଏନ ଏ ସି ଘୋଷଣା ହେଉଛି। ଯଦି ଘୋଷଣା ନ ହୁଏ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସଦାନନ୍ଦ ମହାନନ୍ଦ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ