ଡାକ୍ତରଖାନାରେ ଡାକ୍ତର ଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ ଥାନାରେ ଅଭିଯୋଗ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ସଂପର୍କରେ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଗତ ୧୪ ତାରିଖ ସଂଧ୍ୟା ୬ ଘଣ୍ଟା ସମୟରେ ମୁର୍ଷୁଣ୍ଢୀର ଲବ କୁମାର ସାହୁ , ଜିଲ୍ଲା ପରିଷଦ ସଦସ୍ୟ (ଜୋନ୍-୧ )୧୫/୨୦ ଜଣ ବ୍ୟକ୍ତି ଙ୍କ ସହିତ ଦୁର୍ଘଟଣା ରେ ଆହତ ହେଇଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଉପଖଣ୍ଡ ଡ଼ାକ୍ତରଖାନା, ବୀରମହାରାଜପୁର କୁ ଆସିଥିଲେ। ଆହତ ବ୍ୟକ୍ତି ଙ୍କୁ ତୁରନ୍ତ ଡ୍ରେସିଂ କରିବା ପାଇଁ କାର୍ଯ୍ୟରତ ଡାକ୍ତର ସୌଜନ୍ୟ ପ୍ରତୀକ ପଣ୍ଡାଙ୍କୁ କହିଥିଲେ । ସେତେବେଳେ ଡ୍ରେସିଂ ରୁମ୍ରେ ଜଣେ ଆହତ ବ୍ୟକ୍ତିଙ୍କ ଡ୍ରେସିଂ ଚାଲିଥିବାରୁ ସେଇ ଡ୍ରେସିଂ କାମ ସରିବା ପରେ ଆହତ ବ୍ୟକ୍ତିଙ୍କୁ ଡ୍ରେସିଂ କରିବାକୁ କହିବାରୁ ହସ୍ପିଟାଲ୍ରେ କାହିଁକି ଷ୍ଟାଫ୍ ନାହିଁ ବୋଲି ଉତ୍କ୍ଷୀପ୍ତ ହୋଇ ଲବ ସାହୁ ଓ ଅନ୍ୟମାନେ ଡାକ୍ତରଙ୍କୁ ଆକ୍ରମଣ କରି ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସଂକ୍ରାନ୍ତରେ ଡାକ୍ତରଖାନା ଅଧିକ୍ଷକଙ୍କ ଚିଠି ନମ୍ବର ୮୯୭ ତା୨୨/୧୦/୨୦୨୫ ମତେ ଅଭିଯୋଗ କରା ଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ । କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାରୁ ମେଡିକାଲ ଷ୍ଟାଫ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

