୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
(ଭୁବନେଶ୍ୱର),୨୫।୧୦ : ଶନିବାର ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ | ସଂଧ୍ୟା ୫ଟାରେ ଲୋକସେବ| ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ | ଏହି ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବାର ସୂଚନା ରହିଛି |
ନୂତନ ସରକାରଙ୍କ ୫୦୦ ଦିନ ପୁରୁଥିବା ଅବସରରେ ବସୁଥିବା କ୍ୟାବିନେଟ୍ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି | ୫ରୁ ୭ଟି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର | ବିଦ୍ୟାଳୟ ଗଣଶିକ୍ଷା, ଜଳସମ୍ପଦ, ଆଇନ, ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର | କିଛି ବଡ଼ ଘୋଷଣା କରିପାରନ୍ତି ସରକାର | କିଛି ମନ୍ତ୍ରୀ ଲୋକସେବା ଭବନରେ ଉପସ୍ଥିତ ରହିବେ | ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଭିଡିଓ କଲ୍ ମାଧ୍ୟମରେ କ୍ୟାବିନେଟ୍ ବୈଠକରେ ଯୋଡ଼ି ହେବ | ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ ସମେତ ସଚିବମାନେ ମଧ୍ୟ ଉପସ୍ଥିତ ରହିବେ |
ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର | ଅତିରିକ୍ତ ସଚିବ ପାହ୍ୟା ଅଧିକାରୀଙ୍କୁ ମୁଖ୍ୟ ଦାୟୀତ୍ୱରେ ରହିବେ | ରାଜ୍ୟରେ ସମୁଦାୟ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର | ୩୫୦ କୋଟି ବ୍ୟୟରେ ସହରରେ LED ଲାଇଟ୍ ଲାଗିବର ଯୋଜନା ରହିଛି | ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ଗୁଡିକର ମରାମତି ହେବ | ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ | ହୀରାକୁଦ ଡ୍ୟାମରୁ ଆସିବ ପାଣି | ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ANM ସେଣ୍ଟର ଅଛି ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲିବାର ସରକାର ଯୋଜନା ରହିଛି |

