Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣିଥରେ ବାପା ହେବାକୁ ଯାଉଛନ୍ତି ରାମ ଚରଣ, ଘରକୁ ଆସିବେ ଯମଜ ସନ୍ତାନ

ଚେନ୍ନାଇ: ଟଲିଉଡ ସୁପରଷ୍ଟାର ରାମ ଚରଣ ଙ୍କ ପତ୍ନୀ ଉପାସନା ଦ୍ୱିତୀୟ ଥର ଗର୍ଭବତୀ ହେବା ନେଇ ଘୋଷଣା କରିଛନ୍ତି। ଏଥର ଷ୍ଟାର ଦମ୍ପତିଙ୍କର ଯମଜ ସନ୍ତାନ ହେବା ନେଇ କୁହାଯାଉଛି।

ତେବେ ଦୀପାବଳିରେ ଉପାସନାଙ୍କ ବେବି ସାୱାର ସମୟର ଏକ ଭିଡିଓ ସେୟାର କରାଯାଇଥିଲା। ଏହି ସମାରୋହରେ କେବଳ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ। ରାମ ଚରଣଙ୍କ ପତ୍ନୀ ଉପାସନା କୋନିଡେଲାଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ସେ ଏକ ନୀଳ ସାଲୱାର ସୁଟ୍ ପିନ୍ଧିଛନ୍ତି ଓ ରାମ ଚରଣ ମଧ୍ୟ ଏହି ବିଶେଷ ମୁହୂର୍ତ୍ତ ରେ ଏକ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିବା ଦେଖା ଯାଉଛନ୍ତି। ଏଥିସହିତ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଉପହାର ଏବଂ ଆଶୀର୍ବାଦ ଦେଉଥିବାର ମଧ୍ୟ ନଜର ଆସିଛି।

ତେବେ ଏହି ଖୁସିର ଉତ୍ସବରେ ଚିରଞ୍ଜିବୀ, ନାଗାର୍ଜୁନ ଏବଂ ଅନେକ ପ୍ରମୁଖ ସେଲିବ୍ରିଟି ସେମାନଙ୍କ ସହିତ ନଜର ଆସିଛନ୍ତି। ଏଥିସହିତ ତାଙ୍କର ବନ୍ଧୁ ନୟନତାରା, ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ଏବଂ ସେମାନଙ୍କ ଯମଜ ସନ୍ତାନଙ୍କ ସହ ରାମ ଚରଣ ଏବଂ ଉପାସନାଙ୍କ ଫୋଟୋ ଭାଇରାଲ ହୋଇଛି। ତେବେ ଉପାସନା ଭିଡିଓ ସେୟାର କରି ସମସ୍ତଙ୍କୁ ଉତ୍ସବରେ ଆଶିର୍ବାଦ ଦେବାକୁ କହିଛନ୍ତି।

ପୂର୍ବରୁ ୨୦୨୩ ମସିହା ଜୁନରେ ରାମ ଚରଣ ଏବଂ ଉପାସନା କୋନିଡେଲା ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ ଓ ଉଭୟ ଏକ ଝିଅକୁ ସ୍ଵାଗତ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ନିଜ ଝିଅ କୁ ମିଡ଼ିଆ ଠାରୁ ଦୂରେଇ ରଖିଛନ୍ତି ଓ ଝିଅ ର ମୁହଁ ପ୍ରକାଶ କରିନାହାଁନ୍ତି। ଏଥିସହିତ ସେମାନେ ସୋସିଆଲ ମିଡିଆରେ ତାଙ୍କ ଝିଅ ସହିତ ଫଟୋ ମଧ୍ୟ ସେୟାର କରନ୍ତି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ