Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାଢ଼ୀ ବାଂଟୁଛନ୍ତି ବିଜେଡି , ବିଜେପି ପ୍ରାର୍ଥୀ; ଗର୍ଜିଲେ ଭକ୍ତ ଦାସ

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯାଇଛି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ଉପସ୍ଥିତିରେ ଆର୍ ଓ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ଚିହ୍ନ ପ୍ରଦାନ କରିଛନ୍ତି ।

ମୋଟ ୧୪ ଜଣ ପ୍ରାର୍ଥୀ ଏବେ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରିବେ। ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଦଳର ଘାସିରାମ ମାଝୀଙ୍କୁ ହାତ ଚିହ୍ନ, ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କୁ ପଦ୍ମଫୁଲ, ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀଙ୍କୁ ସାଇକଲ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନାଙ୍କୁ ବଂଶୀ ଚିହ୍ନ ପ୍ରଦାନ କରିଥିବା ବେଳେ ଅନ୍ୟ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତୀକ ପ୍ରଦାନ କରାଯାଇଛି।

ଏପଟେ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିଛି। ତେବେ କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି। ନୂଆପଡ଼ା ଭୋଟ୍ ପାଇଁ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ନାକଚ ହୋଇଥିଲା । ବାକି ୧୪ ପ୍ରାର୍ଥୀ କେହି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି । ତିନି ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ସ୍ତ୍ରୀ ଓ ମାଆ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ବିଜେଡି ମହିଳା ମାନଙ୍କୁ ଏକାଠି କରି ପ୍ରଚାର ଚଳାଇଛି । ବରିଷ୍ଠ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ପ୍ରଚାର କରିଛନ୍ତି । କଂଗ୍ରେସ ବି ପ୍ରଚାରରେ ପଛରେ ପଡ଼ିନି । ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କଂଗ୍ରେସ । ଘାସିରାମ ମାଝୀଙ୍କ ପାଇଁ ନିଜେ ପିସିସି ସଭାପତି ଭକ୍ତ ଦାସ ୱାର୍ଡରୁ ୱାର୍ଡ, ପଡ଼ାରୁ ପଡ଼ା ବୁଲି ବୁଲି ପ୍ରଚାର କରୁଛନ୍ତି।

ସେପଟେ ନୂଆପଡା ଉପନିର୍ବାଚନ ସରଗରମ ହେଉଥିବା ବେଳେ ପିସିସି ଅଧ୍ୟକ୍ଷ ଭକ୍ତ ଦାସଙ୍କ ଆସିଛି ବିସ୍ଫୋରକ ବୟାନ। ଉଭୟ ବିଜେପି, ବିଜେଡି ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି। ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଭାଇ ଭାଇ ହୋଇ ମିଶିଯାଇଛନ୍ତି। ଏଭଳି କି ନିର୍ବାଚନ ଆଚରଣ ଵିଧି ଉଲଂଘନ କରୁଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି । ଅନ୍ୟ ଦଳ କୁଆଡେ ଭୋଟରଙ୍କୁ ଶାଢ଼ୀ ବାଣ୍ଟୁଥିବା ବେଳେ ଆଉ କିଛି ସ୍କୁଲ ଘରେ ନିର୍ବାଚନ ବୈଠକ କରୁଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ସମୟରେ ବଳକା ଖାଦ୍ୟକୁ ଗାଈ ଗୋରୁ ଖାଇ ମୃତ୍ୟୁ ମୁଖରେ ପଡୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି। ସରକାର କ୍ଷତି ଗ୍ରସ୍ତ ଗାଈ ମାଲିକ ମାନଙ୍କୁ ଗାଈ ବଦଳରେ ଗାଈ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

ସେହିଭଳି ଭକ୍ତ ଦାସଙ୍କ ସମ୍ପତ୍ତିକୁ ନେଇ କିଛି ବିରୋଧୀ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି,ସେମାନେ ଜାଣି ରଖନ୍ତୁ ଭକ୍ତ ଦାସଙ୍କ ସମ୍ପତ୍ତି କହିଲେ କିଛି ନାହିଁ । କେବଳ ଭବାନିପାଟଣା ଏବଂ ଦିଲ୍ଲୀ ଘର ରହିଛି, ତାହାପୁଣି ଲୋନ କରିକି ନିର୍ମାଣ କରିଛି । ଏବେ ମଧ୍ୟ ମୁଁ ଋଣ ସୁଝୁଛି । ଆଉ ଯାହାବି ସମ୍ପତି ରହିଛି ସବୁ ଲୋକଙ୍କର ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories