Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ସେନାରେ ସାମିଲ ହେଲା ୮ INS ମାହେ ସବମେରିନ୍; ନିର୍ମାଣ କରାଗଲା ୭୮ ମିଟର ଲମ୍ବା ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ ନୌସେନାର ବଳ। ସାମିଲ ହେଲା ଆଠଟି INS ମାହେ ସବମେରିନ୍। ଏହା ଆଣ୍ଟି-ୱାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ ସିରିଜର ପ୍ରଥମ ଯୁଦ୍ଧଜାହାଜ। ଏହାକୁ କୋଚି ସ୍ଥିତି କୋଚିନ୍ ସିପୟାର୍ଡ ଦ୍ୱାରା ସ୍ବଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମାଣ କରାଯାଇଛି ।୭୮ ମିଟର ଲମ୍ବା ଏହି ଯୁଦ୍ଧଜାହାଜ ହେଉଛି ଭାରତୀୟ ନୌସେନାର ଡିଜାଇନ ଇଂଜିନ – ୱାଟରଜେଟ୍ ମିଶ୍ରଣ ଦ୍ୱାରା ଚାଳିତ ସବୁଠାରୁ ବଡ ଯୁଦ୍ଧଜାହାଜ।

INS ମାହେକୁ ପାଣି ତଳେ ନଜର ରଖିବା, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା କମ୍ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅଭିଯାନ ପରିଚାଳନା କରିବାରେ ମଧ୍ୟ ସକ୍ଷମ। INS ମାହେ ସମୁଦ୍ରକୂଳିଆ ଅଂଚଳରେ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କରିବାରେ ସକ୍ଷମ ଏବଂ ଉନ୍ନତ ମାଇନ୍ ବିଛାଇବା କ୍ଷମତା ସହିତ ସଂଜିତ। ଏହାର ସାମିଲ ହେବା ସହିତ ଭାରତୀୟ ନୌସେନା ଏବେ ଅଗଭୀର ଜଳରେ ଶତ୍ରୁ ବୁଡ଼ାଜାହାଜକୁ ମୁକାବିଲା କରିବାର କ୍ଷମାତା ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ