Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧୁବାବାଙ୍କ ରାଜସ୍ଥାନରୁ ସାଷ୍ଟାଙ୍ଗ ପ୍ରଣିପାତ ସହ ପୁରୀ ଯାତ୍ରା

ଝାରସୁଗୁଡ଼ା ୨୫/୧୦ (ଓଡ଼ିଶା ନ୍ୟୁଜ) ସୁଦୂର ରାଜସ୍ଥାନରୁ ସାଷ୍ଟାଙ୍ଗ ପ୍ରଣିପାତ ସହ ଆରମ୍ଭ କରିଥିବା ଦୀର୍ଘ ଯାତ୍ରାରେ ଜଣେ ସାଧୁବାବା ଏନଏଚ–୪୯ ଦେଇ ରେଙ୍ଗାଲି ଥାନା ଅଞ୍ଚଳକୁ ପହଞ୍ଚିଛନ୍ତି । ପ୍ରତି ପାଦେ ପାଦେ ଭୂମିକୁ ସ୍ପର୍ଶ କରି ଯାଉଥିବା ଏହି ସାଧୁବାବା “ରାଜଗିରି ମହାରାଜ” ବୋଲି ତାଙ୍କ ପରିଚୟ ଦେଇଛନ୍ତି । ତାଙ୍କ କଥା ଅନୁସାରେ, ଜଗତର କଲ୍ୟାଣ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାଉଛନ୍ତି ।
ଦୀର୍ଘ ଛଅ ମାସ ତଳେ ରାଜସ୍ଥାନରୁ ଆରମ୍ଭ ହୋଇଥିବା ତାଙ୍କର ଏହି ସାଷ୍ଟାଙ୍ଗ ପ୍ରଣିପାତ ଯାତ୍ରା ମାଧ୍ୟମରେ ସେ ଦେଶର ଅନେକ ରାଜ୍ୟ ଅତିକ୍ରମ କରି, ଏପର୍ଯ୍ୟନ୍ତ ୧୩ ଶହ କିଲୋମିଟର ରାସ୍ତା ଚାଲିସାରିଛନ୍ତି। ତାଙ୍କ କହିବା ଅନୁଯାୟୀ “ଜଗତର କଲ୍ୟାଣ ପାଇଁ ଏହା ମୋ ସାଧନା ଓ ଶ୍ରଦ୍ଧାର ପଥ। ଶ୍ରୀକ୍ଷେତ୍ରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହେଲେ ମୋ ଜୀବନ ସାର୍ଥକ ହେବ ବୋଲି କହିଛନ୍ତି । ତାଙ୍କ ଏହି କଷ୍ଟସାଧ୍ୟ ଯାତ୍ରା ଦେଖି ଅଞ୍ଚଳବାସୀ ଓ ଭକ୍ତମାନେ ଭାବବିହ୍ବଳ ହୋଇ ପୁଷ୍ପମାଳା, ଫଳମୂଳ ଓ ଗୋରସ ଦେଇ ସ୍ବାଗତ କରିଥିଲେ। ଅନେକେ ତାଙ୍କ ଭକ୍ତି ଓ ଧୈର୍ଯ୍ୟକୁ ନମନ ଜଣାଇ ତାଙ୍କ ଯାତ୍ରା ସଫଳ ପାଇଁ ଶୁଭକାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ