Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

ଝାରସୁଗୁଡା ୨୫/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କ୍ଷମାନିଧି ଭୋଇ ଉଚ୍ଚ ବିଦ୍ୟାଳୟ କତରବଗା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼କ୍ଟର ରାଧାକାନ୍ତ ଗଡତିଆ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l କତରବଗା ସରପଞ୍ଚ ସୁମିତ୍ରା ଖମାରୀ, ଶିକ୍ଷାପ୍ରେମୀ ଅର୍ଜୁନ ପଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଟିକେଶ୍ଵର ଜଗତ ଓ ହେମସାଗର ଚୌଧୁରୀ ଏବଂ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହର ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ତର୍କ, ପ୍ରବନ୍ଧ ଲିଖନ, ସୁନ୍ଦର ହସ୍ତାକ୍ଷର, କୁଇଜ, ଚିତ୍ରାଙ୍କନ, ପି ଏମ ପୋଷଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତାରେ ଲଖନପୁର ବ୍ଲକର ୨୦ ଟି କ୍ଲଷ୍ଟରରୁ ମୋଟ ୬୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l କୃତୀ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରୀତ ଅତିଥିଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା l
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ଵରୀ ତିହିରିଆ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ସେଠ, ତହସିଲଦାର ପ୍ରସନ୍ନ ପଟେଲ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ l ସ୍ଥାନୀୟ ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନେଶ ଖମାରୀ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ କତରବଗା କ୍ଲଷ୍ଟର ସିଆରସିସି ନୀଳାମ୍ବର ଅର୍ଗଳ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ