Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତବାସ ପଣ୍ଡାଙ୍କ ହତ୍ୟା ମାମଲା; ସାମ୍ନାକୁ ଆସିଲା ଦୁଇ ସାର୍ପ ସୁଟରଙ୍କ ଫଟୋ

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଦୁଇ ମୁଖ୍ୟ ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀର ଫଟୋ। କୁରୁପତି ହିଁ ପୀତବାସଙ୍କୁ ଜିରୋ ପଏଣ୍ଟରୁ ଗୁଳି ମାରିଥିଲା। ଉମା ବିଷୋୟୀ ଏହି ସୁଟରକୁ ଯୋଗାଡ଼ କରିଥିଲା। ଦୁହେଁ ଫେରାର ଥିବାବେଳେ ପୋଲିସ ଉଭୟଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ପୁରା ନେଟୱାର୍କ ଲଗାଇଛି। ପୂର୍ବରୁ ପୀତବାସ ପଣ୍ଡା ଗୁଳିକାଣ୍ଡରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ କୁରୁପତି ଏବଂ ଉମା ଫେରାର ଅଛନ୍ତି । ଉମା ସୁପାରୀ ପାଇବା ସହ ଯୋଗାଡ଼ କରିଥିଲା ସାର୍ପ ସୁଟର୍।

ପୂର୍ବରୁ ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଘଟଣା ପରଠାରୁ ଫେରାର ରହିଛନ୍ତି। ବିକ୍ରମ, ମଳୟ ଓ ମଦନ ଓକିଲ ଜରିଆରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ବିକ୍ରମ, ମଳୟ ଓ ମଦନ ଜଣେ ଆଇନଜୀବୀ ହୋଇଥିବାରୁ ଗୁରୁବାର ୪୪ ଜଣ ଓକିଲ ତାଙ୍କ ସପକ୍ଷରେ ୱକାଲତନାମା ତଳ କୋର୍ଟରେ ଦାଖଲ କରିଛନ୍ତି। ପର୍ଯ୍ୟାୟକ୍ରମରେ ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories